Latest Odisha News

BREAKING NEWS

ସିଂଘୁ ବର୍ଡରରେ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ !

ସିଂଘୁ: ହରିୟାଣାର ସିଂଘୁ ବର୍ଡରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଆଜି ଆଉ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି । ବର୍ଡର ନିକଟରେ ଥିବା ଏକ ନୀମ ଗଛରେ ଗୁରପ୍ରୀତ ସିଂଙ୍କ ଶବ ଝୁଲି ରହିଥିଲା । କୁଣ୍ଡଳୀ ଥାନା ପୋଲିସ ଅଧିକାରୀ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ପ୍ରାରମ୍ଭିକ ତଦନ୍ତରେ ପଞ୍ଜାବ ଫତେହଗଡ ସାହିବର ତହସିଲ ଅମରୋହ ଗ୍ରାମର ନିବାସୀ ୪୫ ବର୍ଷୀୟ ଗୁରପ୍ରୀତ ସିଂ ବହୁ ଦିନ ହେବ ଏହି ଆନ୍ଦୋଳନରେ ସାମିଲ ରହିଥିଲେ ।

BjdElectrycity

ଦୀପାବଳୀ ପୂର୍ବରୁ ତାଙ୍କର ଅନେକ ସାଥୀ ଘରକୁ ଫେରି ଯାଇଥିଲେ । ସେବେଠାରୁ ସେ ଏକୁଟିଆରେ ଏଠାରେ ରହୁଥିଲେ । ଗୁରପ୍ରୀତ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କର ହତ୍ୟା ହୋଇଛି ସେ ନେଇ ତଦନ୍ତ କରାଯାଉଛି ।

Leave A Reply

Your email address will not be published.