Latest Odisha News

BREAKING NEWS

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ରାଇଫଲ, ୪ଅଫୁଟା ଗୁଳି ଓ ବିଭିନ୍ନ ସାମଗ୍ରୀ ଜବତ

କଳାହାଣ୍ଡି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବିଭିନ୍ନ ସାମଗ୍ରୀ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଙ୍ଗଲରେ ୭ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ସୂଚନା ଅନୁସାରେ, ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ, ମାଓବାଦୀମାନେ କଳାହାଣ୍ଡି ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଲୁଚିଛନ୍ତି। ପରେ ଏସଓଜି ଓ ଡ଼ିଭିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ମାଓବାଦୀ ଓ ଡ଼ିଭିଏଫ୍ ମଧ୍ୟରେ ଉଭୟ ପଟୁ ଗୁଳି ବର୍ଷା ହୋଇଥିଲା। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।

ସର୍ଚ୍ଚ ଅପରେସନବେଳେ ଏକ ରାଇଫଲ, ୪ଟି ଅଫୁଟା ଗୁଳି, ମାଓ ପୁସ୍ତିକା ତଥା ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା କଳାହାଣ୍ଡି ଏସପି ଶ୍ରବଣା ବିବେକ ଏମ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.