Latest Odisha News

BREAKING NEWS

ବଜ୍ରାଘାତରେ ଚାଷୀ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକଙ୍କ ନାମ ପ୍ରଫୁଲ୍ଲ ନାହକ (୩୫) ଏବଂ ସେ ଜଣେ ଚାଷୀ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍ନରେ ସେ ଧାନ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଉକ୍ତ ବ୍ଲକର ଗୋବା ଗାଁର ସନ୍ତୋଷ ଗୌଡ଼ ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି। ସେ ସମୟରେ ସନ୍ତୋଷ ବଳଦ ଚରାଉଥିବା ନେଇ ସୁତ୍ରରୁ ପ୍ରକାଶ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments are closed.