Latest Odisha News

BREAKING NEWS

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି ।

୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ।

ପ୍ରକାଶଥାଉକି, ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ମେଡିକାଲ୍‌ର କର୍ମଚାରୀଙ୍କର ରକ୍ତ ଓ ସ୍ୱାବ୍‌ ଚେଷ୍ଟ କରାଯାଇଥିଲା। ପରେ ଦୁଇ ଜଣ ଷ୍ଟାଫ୍‌ ନର୍ସ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ନିୟମ ମୁତାବକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯିବା କଥା। ମାତ୍ର ତାହା କରାଯାଇନଥିବା ନର୍ସମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.