Latest Odisha News

BREAKING NEWS

ଶାହରୁଖଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ , ଏବେ ୱେବ୍ ସିରିଜ୍ ସାହା

ମୁମ୍ବାଇ: ବଲିଉଡରେ ପରିଶ୍ରମ ଓ ଭାଗ୍ୟ ଏକାସହ ତାଳ ଦେଇ ଚାଲିଥାନ୍ତି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ କଳାକାରକୁ ବଡ ଫିଲ୍ମରେ ବ୍ରେକ୍ ମିଳିଥିଲେ ବି ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିନଥିଲେ । ଅନ୍ୟପକ୍ଷେ ତାଙ୍କ ବନ୍ଧୁ, ସାଙ୍ଗ କି ପରିବାର ଲୋକ ସେହି ସୋପାନରେ ପହଂଚିପାରିଥିଲେ ।

ଏଠି ଆମେ ସମିତା ସେଟ୍ଟିଙ୍କ କଥା ଆଲୋଚନା କରୁଛି । ତାଙ୍କ ଭଉଣୀ ଶିଳ୍ପା ସେଟ୍ଟି ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସକ୍ଷମ ହୋଇଥିଲେ । ହେଲେ ସମିତା ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ । ମୋହବତେଁ ଭଳି ଫିଲ୍ମରେ ଶାହରୁଖଙ୍କ ସହ ଅଭିନୟ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ଆୱାର୍ଡ ବି ମିଳିଥିଲା । ହେଲେ ଏହା ପରେ ବି ସେ ବଲିଉଡରେ ନିଜ ଛାପ ଛାଡିବାରେ ଫେଲ୍ ମାରିଥିଲେ ।

ନିଜ କ୍ୟାରିୟରକୁ ବଂଚାଇବା ପାଇଁ ସମିତା ଏବେ ଡିଜିଟାଲ୍ ପ୍ଲାଟଫର୍ମର ସାହାରା ନେଇଛନ୍ତି । ଆଗାମୀ ଦିନରେ ତାଙ୍କୁ ବ୍ଲାକ ୱିଡୋଜ ନାମକ ଏକ ୱେବ୍ ସିରିଜରେ ଦର୍ଶକ ଦେଖିବାକୁ ପାଇବେ । କିଛିଦିନ ପୂର୍ବରୁ ଏହାର ଟ୍ରେଲର ରିଲିଜ ହୋଇଥିଲାବେଳେ ଏଥିରେ ସ୍ୱସ୍ତିକା ମୁଖାର୍ଜୀ ଓ ମୋନା ସିଂ ଅଭିନୟରେ ନଜର ଆସିବେ । ଚଳିତମାସ ୧୮ତାରିଖରେ ଏହି ୱେବ୍ ସିରିଜ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.