Latest Odisha News

BREAKING NEWS

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । ଆଇନକୁ ବିରୋଧ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ, ଓଡ଼ିଶାରେ ହେବ ମହାପଞ୍ଚାୟତ । ମାର୍ଚ୍ଚ ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଭୁବନେଶ୍ବରରୁ ଚଣ୍ଡିଖୋଲ ଯାଏଁ ବାଇକ ଓ କାରରେ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି ମହାପଞ୍ଚାୟତରେ ଯୋଗଦେବେ ରାକେଶ ଟିକାୟତଙ୍କ ସମେତ ଦେଶର ୧୦ରୁ ଅଧିକ ଚାଷୀ ନେତା । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ଭୁବନେଶ୍ବରରୁ ବାହାରିବାକୁ ଥିବା ରାଲିରେ କଟକ, ପୁରୀ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ସମେତ ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନେ ସାମିଲ ହେବେ । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବାକୁ ଦାବି କରିବ ଚାଷୀ ସଙ୍ଗଠନ ।

Leave A Reply

Your email address will not be published.