Latest Odisha News

ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଅହମ୍ମଦାବାଦ : ଅହମ୍ମଦାବାଦରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତ ଆଗରେ ରନର ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ଦଳ ପକ୍ଷରୁ ଜେସନ ରଏ ୩୫ ବଲରେ କରିଛନ୍ତି ୪୬ ରନ ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୬୪ ରନ କରିଥିଲା । ଆରମ୍ଭରୁ ଜୋସ ବଟଲରଙ୍କ ଓ୍ବିକେଟର ପତନ ପରେ ବ୍ୟାଟିଂ ଲାଇନକୁ ସମ୍ଭାଳିଥିଲେ ଜେସନ ରଏ ଓ ଡେଭିଡ ମଲାନ୍ । ଉଭୟ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରି ରନକୁ ଆଗକୁ ନେଇଥିଲେ । ହେଲେ ୨୪ ରନରେ ଆଉଟ ହୋଇଥିଲେ ମଲାନ୍ । ଦମଦାର ଭାବେ ବ୍ୟାଟିଂ କରୁଥିବା ଜେସନ ରଏ ୩୫ ବଲରୁ ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେୟାରଷ୍ଟୋ ୨୦, ମୋର୍ଗାନ ୨୮ ଓ ବେନ୍ ଷ୍ଟୋକ୍ସ ୨୪ ରନ କରିଥିଲେ ।

ସେହିପରି ଭାରତ ପକ୍ଷରୁ ଓ୍ବାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ, ଭୁବନେଶ୍ବର କୁମାର ଓ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.