Latest Odisha News

BREAKING NEWS

ମଣ୍ଡିରେ ପଡ଼ି ଧାନ ଗଜା

ଜୁନାଗଡ: କଳାହାଣ୍ଡି ଜୁନାଗଡରେ ଚାଷୀ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଖରେ ଥିବା ଦାସୀ ଗାଁ ମଣ୍ତିରେ ଧାନ ଉଠାଣ ଦାବି କରି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ମଣ୍ତି ଗଜା ହେବାରେ ଲାଗିଲାଣି ।  ଖୁବ୍ ଶୀଘ୍ର ସମାଧାନ ନହେଲେ ଚାଷୀ ମାନେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି । ଦାସୀ ଗାଁ ପେକ୍ସରେ ୧୦୭ ଜଣ ଚାଷୀଙ୍କ ୮୩୮୮ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି ।

ଅନ୍ୟ ପକ୍ଷରେ ଗତ ଜୁନ ୨୦ ତାରିଖରୁ ମଣ୍ଡି ବନ୍ଦ ରହିଛି । ଦାସି ଗାଁ ପେକ୍ସ ଅଧୀନରେ ଥିବା ଦାସି ଗାଁ ମଣ୍ଡିରେ ଟୋକନ ଲାପ୍ସ ହୋଇଥିବା ୫୮ ଜଣ ଚାଷୀଙ୍କ ୪୯୪୨ କୁଇଣ୍ଟାଲ ଓ ୧୦୭ ଜଣ ଚାଷୀଙ୍କ ୮୩୮୮ କୁଇଣ୍ଟାଲ ଧାନ ମଣ୍ଡିରେ ପଡିଛି । ସେହିଭଳି ଚିଲକପୁର ମଣ୍ଡିରେ ଗତ ମେ ୧୭ ରୁ ୧୯ ତାରିଖ ମଧ୍ୟରେ ୬୦ ଜଣ ଚାଷୀଙ୍କ ୩୫୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି ।

ତାଳପଦର ମଣ୍ଡିରେ ଟୋକନ ଲାପ୍ସ ହୋଇଥିବା ୭ ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ମଣ୍ଡିରେ ଧାନ ଉଠାଣ ଦାବୀରେ ଚାଷୀମାନେ ଅନେକ ଥର ଜୁନାଗଡ଼ ବିଧାୟକ , ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳି ନାହିଁ । ଗୋଟିଏ ପଟେ ବର୍ଷାରେ ମଣ୍ଡିରେ ଚାଷୀ ଧାନକୁ ଧରି ଭିଜୁଥିବା ଥିବା ବେଳେ ମଣ୍ଡି ଗଜା ହେବାରେ ଲାଗିଲାଣି ।

Leave A Reply

Your email address will not be published.