Latest Odisha News

BREAKING NEWS

ଭାରତୀୟ ମହିଳା କ୍ରିକେଟରେ କଳଙ୍କ, ଡୋପ ଟେଷ୍ଟରେ ଧରାପଡିଲେ ଅଂଶୁଳା

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟରେ କଳଙ୍କ ଲାଗିଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଅଂଶୁଳା ରାଓଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଅଂଶୁଳା ଡୋପ ଟେଷ୍ଟରେ ଧରାପଡିଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳିଙ୍କ ୨ଟି ଯାକ ସାମ୍ପୁଲ ପଜିଟିଭ ଆସିଛି ।

ଅଂଶୁଳା ୨୦୧୯ରେ ଶେଷ ଥର ୨୩ ବର୍ଷରୁ କମ୍ ମୁକାବିଲାରେ ପଡିଆକୁ ଓହ୍ଲାଇଥିଲେ । ପ୍ରଦର୍ଶନ ସ୍ତର ସୁଧାରିବା ପାଇଁ ଅଂଶୁଳା ନିଷିଦ୍ଧ ଓ ଶକ୍ତିିବର୍ଦ୍ଧକ ଡ୍ରଗ୍ସର ସେବନ କରୁଥିଲେ । ପୂର୍ବରୁ ପୁରୁଷ କ୍ରିକେଟର ପୃଥ୍ୱୀ ଶ ମଧ୍ୟ ଏଥିନେଇ ବାସନ୍ଦ ହୋଇ ସାରିଛନ୍ତି ।

Leave A Reply

Your email address will not be published.