Latest Odisha News

BREAKING NEWS

ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ, ୭୫ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ୍ ହୋଇଛି ଭୁବନେଶ୍ବର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ । ଏଥିସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛି ବିଏମସି ।

BjdElectrycity

ସୂଚନା ମୁତାବକ, ଦୋକାନର ପଛ ଗେଟ୍ ପଟେ ବୋର ଚାଲୁଥିବା ଖବର ପାଇଥିଲା ବିଏମସି । ସଙ୍ଗେ ସଙ୍ଗେ ଚଢ଼ାଉ କରାଯାଇ ଦୋକାନକୁ ସିଲ୍ କରାଯାଇଥିଲା । ଏଥିସହ ଦୋକାନ ଭିତରେ ଥିବା ଗ୍ରାହକଙ୍କୁ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କାର ଫାଇନ୍ ଆଦାୟ କରିଥିଲା ବିଏମସି । ରାଜ୍ୟରେ ସଂକ୍ରମଣକୁ ରୋକିବାକୁ ସରକାର ପଦକ୍ଷେପ ନେଉଥିବା ବେଳେ କିଛି ଅମାନିଆ କୋଭିଡ ନିୟମର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଆକ୍ରାନ୍ତ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି । ଏହାସହ ଯେଉଁମାନେ ନିୟମ ଖିଲାପ କରୁଛନ୍ତି, ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

Leave A Reply

Your email address will not be published.