Latest Odisha News

BREAKING NEWS

ନଇଁଲେ ସରକାର: ଦେଢ଼ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି

ନୂଆଦିଲ୍ଲୀ: ଶେଷରେ ନଇଁଲେ କେନ୍ଦ୍ର ସରକାର। କୃଷକ ଆନ୍ଦୋଳନରୁ ବାହାରିପାରେ ସମାଧାନର ବାଟ। ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଏହାପରେ ଦେଢ଼ ବର୍ଷ ଯାଏଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଆଜିର ବୈଠକରେ କୃଷକ ସଂଗଠନକୁ ଏକଥା ଜଣାଇଛନ୍ତି ସରକାର।

ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ସଂଗଠନ ବିଚାରବିମର୍ଶ କରିବେ। ଏନେଇ ଆସନ୍ତାକାଲି ଚାଷୀଙ୍କ ବୈଠକ ବସିବ। ଆସନ୍ତା ୨୨ ତାରିଖରେ ପୁଣିଥରେ ଚାଷୀ-ସରକାରଙ୍କ ମଧ୍ଯରେ ଆଲୋଚନା ହେବ। ସେଦିନ ଆଲୋଚନାରୁ ନିଷ୍କର୍ଷ ବାହାରିବା ବୋଲି ଆଶା କରାଯାଉଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, ଆଲୋଚନା ସକାରାତ୍ମକ ଦିଗରେ ଆଗେଇଛି।

Leave A Reply

Your email address will not be published.