ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମଣ୍ଡିରେ ଉପୁଜୁଥିବା ସମସ୍ୟା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଆଜି ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ ଚଳାଇଛନ୍ତି । ମଣ୍ଡିରୁ ଶୀଘ୍ର ଧାନ ନ ଉଠାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ହିଲୁଙ୍ଗ ମଣ୍ଡିରେ ।
ହିଲୁଙ୍ଗ ମଣ୍ଡିରେ ଧାର୍ଯ୍ୟ ସମୟ ଭିତରେ ମଣ୍ଡିରୁ ଧାନ ଉଠାଯାଉନାହିଁ । ଏମିତି କି ଗୋଟିଏ ବସ୍ତା ଧାନରୁ ୨ କେଜିରୁ ୪ କେଜି ପର୍ଯ୍ୟନ୍ତ କାଟଛାଟ କରାଯାଉଛି । ଯଦି କୌଣସି ଚାଷୀ ଏହାକୁ ବିରୋଧ କରୁଛନ୍ତି ତାହାହେଲେ ତାଙ୍କ ଧାନ ମଣ୍ଡିରେ ପଡ଼ି ରହୁଛି । ଏବେ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ପଡ଼ି ରହିଛି । ତେଣୁ ଚାଷୀମାନେ ଶୀତକାକରରେ ଏହି ଧାନକୁ ଜଗି ରହିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ବିରମହାରାଜପୁର-ଚାରମାଲ ରାସ୍ତା ପଥରଘାଟଠାରେ ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଛି । ୧୫ଦିନରୁ ଅଧିକ ଦିନ ହେଲାଣି ଧାନ ମଣ୍ଡିରେ ପଡି ରହିଥିଲେ ମଧ୍ୟ ମିଲର୍ସଙ୍କ ମନମାନୀ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶୀଘ୍ର ଧାନ ଉଠା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଇ ଚେତାବନୀ ମଧ୍ୟ ଦେଇଛନ୍ତି ଚାଷୀ ।
BREAKING NEWS
- ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ
- ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
- Arvind Mahapatra’s Suspension: ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ: ବିଜେଡି
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
Comments are closed.