Latest Odisha News

BREAKING NEWS

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା ଦଖିବାକୁ ମିଳୁଛି ।

କେବଳ ଏତିକି ନୁହେଁ ସେ ସମୟର କିଛି ଭିଡିଓ ବି ସୋସିଆଲ ମିଡିଆାରେ ବେଶ ଭାଇରାଲ ହୋଇଥାଏ। କେଉଁ ବାହାଘରରେ ବର-କନ୍ୟାଙ୍କ ଏଣ୍ଟ୍ରି ଜବରଦସ୍ତ ହୋଇଥାଏ ତ କେଉଁ ବିବାହରେ ସଂପର୍କୀୟ ଓ ନିକଟତର ବ୍ୟକ୍ତିଙ୍କ ନୃତ୍ୟ କିମ୍ବା ଗୀତ ସଭିଙ୍କ ମନକୁ ଛୁଇଁ ଯାଇଥାଏ।

ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓଟି ବିଷୟରେ ଜାଣିବା ପରେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେନି । ଏକ ବିବାହ ଉତ୍ସବରେ ୩ ଜଣ ପୁଅ ମିଶି ମାଧୁରୀ ଦୀକ୍ଷିତଙ୍କ ଗୀତ ମାର୍‌ ଡାଲାରେ ଡ୍ୟାନ୍ସ କରୁଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

Leave A Reply

Your email address will not be published.