ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମଣ୍ଡିରେ ଉପୁଜୁଥିବା ସମସ୍ୟା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଆଜି ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ ଚଳାଇଛନ୍ତି । ମଣ୍ଡିରୁ ଶୀଘ୍ର ଧାନ ନ ଉଠାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ହିଲୁଙ୍ଗ ମଣ୍ଡିରେ ।
ହିଲୁଙ୍ଗ ମଣ୍ଡିରେ ଧାର୍ଯ୍ୟ ସମୟ ଭିତରେ ମଣ୍ଡିରୁ ଧାନ ଉଠାଯାଉନାହିଁ । ଏମିତି କି ଗୋଟିଏ ବସ୍ତା ଧାନରୁ ୨ କେଜିରୁ ୪ କେଜି ପର୍ଯ୍ୟନ୍ତ କାଟଛାଟ କରାଯାଉଛି । ଯଦି କୌଣସି ଚାଷୀ ଏହାକୁ ବିରୋଧ କରୁଛନ୍ତି ତାହାହେଲେ ତାଙ୍କ ଧାନ ମଣ୍ଡିରେ ପଡ଼ି ରହୁଛି । ଏବେ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ପଡ଼ି ରହିଛି । ତେଣୁ ଚାଷୀମାନେ ଶୀତକାକରରେ ଏହି ଧାନକୁ ଜଗି ରହିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ବିରମହାରାଜପୁର-ଚାରମାଲ ରାସ୍ତା ପଥରଘାଟଠାରେ ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଛି । ୧୫ଦିନରୁ ଅଧିକ ଦିନ ହେଲାଣି ଧାନ ମଣ୍ଡିରେ ପଡି ରହିଥିଲେ ମଧ୍ୟ ମିଲର୍ସଙ୍କ ମନମାନୀ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶୀଘ୍ର ଧାନ ଉଠା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଇ ଚେତାବନୀ ମଧ୍ୟ ଦେଇଛନ୍ତି ଚାଷୀ ।
BREAKING NEWS
- Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ ସିବିଆଇ ତଦନ୍ତ ଦାବି କଲେ ଅସଗର ଅଲ୍ଲୀ
- BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ ପୂର୍ବରୁ ଋଷର ବଡ଼ ସଙ୍କେତ
- Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ
- Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି
- Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ ଗିରଫ
- BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର କାରଣ…
- ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Police Encounter: ଜଙ୍ଗଲ ନିକଟରେ ଏନ୍କାଉଣ୍ଟର;ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର
- National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ
- ପ୍ରଥମ ଟି୨୦: ଭାରତ ପକ୍ଷରୁ ଓପନିଂ କିଏ କରିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ ମ୍ୟାନେଜମେଂଟ

Comments are closed.