Latest Odisha News

BREAKING NEWS

ବିକ୍ରି ହେଲାନି ଧାନ, ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

କେନ୍ଦୁଝର: ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଂଚଳର ଯମୁନାପଶି ଲ୍ୟାମ୍ପରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଆଜି ଧାନ ବିକ୍ରି ହୋଇନପାରିବାରୁ ଜଣେ ଚାଷୀ ଧନ ରଖାଯାଇଥିବା ଗୋଦାମରେ ନିଆଁ ଲଗାଇଦେଇଥିବା ସୂଚନା ରହିଛି ।

ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ସୁଦ୍ଧା ଜଣେ ଯୁବ ଚାଷୀଙ୍କ ଧାନ ବିକ୍ରୟ ହୋଇପାରିନଥିଲା । ଫଳରେ ଭାରସାମ୍ୟ ରକ୍ଷା କରିନପାରି ଚାଷୀ ଜଣକ ଧାନ ଗୋଦାମରେ ନିଆଁ ଲଗାଇଦେଇଥିଲେ । ଗୋଦାମରେ ନିଆଁ ଲାଗିଥିବା ଦେଖି ଉପସ୍ଥିତ ଥିବା ସମବାୟ ସମିତି କର୍ମଚାରୀ ଓ ଶ୍ରମିକମାନେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ନିଆଁ ଲଗାଇଥିବା ଚାଷୀ ଜଣକ ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗାଁ ବୁବୁନ ମହାନ୍ତି ବୋଲି ଜଣାପଡିଛି । ବୁବୁନଙ୍କୁ କାବୁ କରି ଉପସ୍ଥିତ ଲୋକେ ତୁରୁମୁଙ୍ଗା ପୋଲିସ ନିକଟରେ ଜିମା ଦେଇଥିଲେ । ସଂପୃକ୍ତ ଚାଷୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ଅନ୍ୟପଟେ ଗତକାଲି ୧୨୦ ଜଣଙ୍କର ଟୋକନ ଅବଧି ସରିଯାଇଥିଲା । ଏହି କାରଣରୁ ଚାଷୀ ଜଣକ ଉତ୍ତ୍ୟକ୍ତ ହୋଇ ଏପରି କରିଥାଇପାରନ୍ତି ବୋଲି ଲ୍ୟାମ୍ପ ଏମ୍‌ଡି ପ୍ରକାଶ କରିଥିଲେ ।

Comments are closed, but trackbacks and pingbacks are open.