Latest Odisha News

BREAKING NEWS

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପରଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡି ରହିଛି । ଜମିରୁ ବର୍ଷା ପାଣି ଏ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିନାହିଁ ।

କଟା ହୋଇଥିବା ଧାନ ପାଣିରେ ଭାସୁଥିବା ବେଳେ, ପାଚିଲା ଧାନ ବର୍ଷା ଜଳରେ ବୁଡି ରହିଛି । ଏମିତିକି ଧାନ ଗଜା ହେବାକୁ ବସିଲାଣି । ବର୍ଷା ଛାଡ଼ିବା ପରେ ଚାଷୀ ଧାନ କାଟିବା ସହ ଜମିରୁ ଓଦା ଧାନ ଉଠାଇ ଘରକୁ ନେଉଥିବା ବେଳେ, ବର୍ଷା ଯୋଗୁଁ ଚାଷୀଙ୍କ ନିଦ ହଜିବାକୁ ବସିଲାଣି ।

Leave A Reply

Your email address will not be published.