Latest Odisha News

ଧୋତି-କୁର୍ତ୍ତା ପିନ୍ଧିଥିବା ଚାଷୀଙ୍କୁ ମଲରେ ମିଳିଲାନି ଏଣ୍ଟ୍ରି, ବିକ୍ଷୋଭ ପ୍ରଦର୍ଶନ କଲା ସଙ୍ଗଠନ

ବେଙ୍ଗାଲୁରୁ: ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ଅପମାନିତ ହେଲେ ବୃଦ୍ଧ। ଏପରି ଏକ ଲଜ୍ଜାଜନକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ପ୍ରବେଶ ଅନୁମତି ଦେଲେନି।

ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ନିଜ ପୁଅ ସହ ଏକ ମଲ୍‌କୁ ଯାଉଥିବା ବେଳେ ଧୋତି-କୁର୍ତ୍ତା ପିନ୍ଧିଥିବା ହେତୁ ତାଙ୍କୁ ମଲ୍‌ରେ ଏଣ୍ଟ୍ରି କରାଇ ଦେଲେନି ମଲ୍ ସିକ୍ୟୁରିଟି ଗାର୍ଡ। ଏପରିକି ମୁଭି ଟିକେଟ ଥିବା ସତ୍ତ୍ୱେ ମଲ୍‌ ଗେଟ୍‌ ନିକଟରେ ସେମାନଙ୍କୁ ଅଟକାଇ ଦେଇଥଲେ। ଓଲଟା କହିଥିଲେ ଯଦି ମଲରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ପ୍ୟାଣ୍ଟ ପିନ୍ଧିବାକୁ ପଡ଼ିବ।

ବହୁ ଦୂରରୁ ଆସିଥିବାରୁ ଡ୍ରେସ ବଦଳାଇ ପାରିବେନି, ତେଣୁ ପ୍ରବେଶ ଅନୁମତି ଦେବାକୁ ବୃଦ୍ଧଜଣକ ବହୁ କାକୁତିମିନତି ହୋଇଥିଲେ ବି ମଲ୍‌ ସୁପରଭାଇଜର କର୍ଣ୍ଣପାତ କରିନଥିଲେ। ବାପାଙ୍କ ଏଭଳି ଅନୁରୋଧ ସତ୍ତ୍ବେ ଆମକୁ ପ୍ରବେଶ କରାଇ ଦେଇ ନଥିଲେ ବୋଲି ପ୍ରକାଶ କରିଛନ୍ତି ତାଙ୍କ ପୁଅ ନାଗରାଜ।

ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ମଲ୍‌ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରୁଛନ୍ତି ୟୁଜର୍ସ।

 

Comments are closed.