ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍ଟର ରାଲିକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି ।
ଏହା ସହିତ ସମସ୍ତ ଆନ୍ଦୋଳନକାରୀଙ୍କୁ ସେମାନଙ୍କର ନିଜ ନିଜ ଧାରଣାସ୍ଥଳକୁ ଫେରି ଆସିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ଦେଇଛି । ତା ସହିତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଆଜିର ହିଂସାକୁ କଡା ଭାଷାରେ ନିନ୍ଦା କରିବା ସହିତ ଏପରି ହେବା ଅନୁଚିତ ବୋଲି ମଧ୍ୟ କୁହାଯାଇଛି ।
ଆଜି ସାରା ଦେଶରେ ଗଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ ହେଉଥିଲା । ନିଜ ଦାବି ଜଣାଇବା ପାଇଁ ଚାଷୀମାନେ ଟ୍ରାକଟର ରାଲି କରୁଥିଲେ । ହେଲେ ତାହା ହିଂସାର ରୂପ ନେଇଥିଲା । କେତେକ ଚାଷୀ ନିଜ ନିଜ ଟ୍ରାକଟର ଧରି ଲାଲକିଲ୍ଲାରେ ପହଞ୍ଚିଥିଲେ । ନିଜର ପତାକା ବି ଉଡାଇଥିଲେ । ଦିଲ୍ଲୀ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା । ପରେ ପୋଲିସ ଲୁହବୁହା ଗ୍ୟାସ ସହିତ ଲାଠିମାଡ କରିଥିଲା । ତେବେ ଗଣତନ୍ତ୍ର ଦିବସରେ ଆନ୍ଦୋଳନକାରୀମାନେ ଲାଲକିଲ୍ଲାକୁ ଯିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାକୁ ସବୁ ମହଲରେ ନିନ୍ଦା କରାଯାଉଛି ।
BREAKING NEWS
- କଲମ୍ବିଆରେ ବିମାନ ଦୁର୍ଘଟଣାରେ ୧୫ ମୃତ
- PUCC Certificate: ପିୟୁସିସି ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା
- ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ ସରକାରଙ୍କୁ OHRCଙ୍କ ସୁପାରିସ୍
- Ajit Pawar Plane Crash: ଏହା ଦୁର୍ଘଟଣା ଥିଲା, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ… ଅଜିତଙ୍କ ଦେହାନ୍ତ ପରେ କହିଲେ ଶରଦ ପାୱାର
- ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
- ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ
- ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ୨୬୦ ଜଣ ସ୍ବେଚ୍ଛାସେବୀ
- Tobacco Ban:ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ
- LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ
- Boost Agricultural Research: କୃଷି ଗବେଷଣାକୁ ସୁଦୃଢ଼ କରିବା ପାଇଁ ସିୟୁଓ ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷର
Comments are closed.