Latest Odisha News

୨୦୨୧ରେ ୧୧.୫% ରହିପାରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର: ଆଇଏମଏଫ

ନୂଆଦିଲ୍ଲୀ : ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ । ଦେଶର ଆର୍ଥିକ ଅଭିବୃଦ୍ଧି ରେକର୍ଡ ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ । ମହାମାରୀ ମଧ୍ୟରେ ବଡ ଅର୍ଥ ବ୍ୟବସ୍ଥାରେ ଭାରତ ଏକମାତ୍ର ଦେଶ ଯିଏ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ଏହା କହିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) । 

ଆଇଏମଏଫ ପକ୍ଷରୁ ଜାରି ଓ୍ଵାର୍ଲ୍ଡ ଇକୋନୋମିକ ଆଉଟ୍‌ଲୁକ୍‌ର ସଦ୍ୟତମ ତଥ୍ୟରେ ଏହି ଆକଳନ କରାଯାଇଛି । ୨୦୨୦ରେ କରୋନା ମହାମାରୀ କାରଣରୁ ଦେଶର ଅର୍ଥବ୍ୟବସ୍ଥାରେ ରେକର୍ଡ ତଥା ଐତିହାସିକ ହ୍ରାସ ଦେଖିବାକୁ ମିଳିଥିଲା। ୨୦୨୧ରେ  ଭାରତୀୟ ଅର୍ଥବ୍ୟବସ୍ଥା ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ ଏବଂ ବଡ ଅର୍ଥବ୍ୟବସ୍ଥାରେ ଏହା ଏକ ମାତ୍ର ଦେଶ ହେବ ଯାହାର ଅଭିବୃଦ୍ଧି ହାର ଦୁଇ ଅଙ୍କ ଛୁଇଁବ । 

ଦ୍ଵିତୀୟରେ ରହିବ ଚୀନ । ଏହି ପଡୋଶୀ ଦେଶର ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିବାର ଅନୁମାନ କରାଯାଇଛି । ଏହାପରେ ସ୍ପେନ ୫.୯ ପ୍ରତିଶତ ଏବଂ ଫ୍ରାନ୍ସ ୫.୫ ପ୍ରତିଶତ ରହିପାରେ ବୋଲି ଆଇଏମଏଫ ପୂର୍ବାନୁମାନ କରିଛି ।

୨୦୨୦ ପାଇଁ ନିଜର ଅନୁମାନରେ ସଂଶୋଧନ କରି ଆଇଏମଏଫ କହିଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ୮ ପ୍ରତିଶତରେ ସଙ୍କୁଚିତ ରହିପାରେ । ବଡ ଦେଶରେ କେବଳ ଚୀନର ଅଭିବୃଦ୍ଧି ହାର ସକରାତ୍ମକ ୨.୩ ପ୍ରତିଶତ ରହିପାରେ । ଆଇଏମଏଫ ଏହା ମଧ୍ୟ କହିଛି, ୨୦୨୨ରେ ଭାରତ ୬.୮ ପ୍ରତିଶତ ହାରରେ ଆଗକୁ ବଢିବ ଏବଂ ଚୀନର ହାର ୫.୬ ପ୍ରତିଶତ ରହିପାରେ ।

Leave A Reply

Your email address will not be published.