ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍ଟର ରାଲିକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି ।
ଏହା ସହିତ ସମସ୍ତ ଆନ୍ଦୋଳନକାରୀଙ୍କୁ ସେମାନଙ୍କର ନିଜ ନିଜ ଧାରଣାସ୍ଥଳକୁ ଫେରି ଆସିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ଦେଇଛି । ତା ସହିତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଆଜିର ହିଂସାକୁ କଡା ଭାଷାରେ ନିନ୍ଦା କରିବା ସହିତ ଏପରି ହେବା ଅନୁଚିତ ବୋଲି ମଧ୍ୟ କୁହାଯାଇଛି ।
ଆଜି ସାରା ଦେଶରେ ଗଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ ହେଉଥିଲା । ନିଜ ଦାବି ଜଣାଇବା ପାଇଁ ଚାଷୀମାନେ ଟ୍ରାକଟର ରାଲି କରୁଥିଲେ । ହେଲେ ତାହା ହିଂସାର ରୂପ ନେଇଥିଲା । କେତେକ ଚାଷୀ ନିଜ ନିଜ ଟ୍ରାକଟର ଧରି ଲାଲକିଲ୍ଲାରେ ପହଞ୍ଚିଥିଲେ । ନିଜର ପତାକା ବି ଉଡାଇଥିଲେ । ଦିଲ୍ଲୀ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା । ପରେ ପୋଲିସ ଲୁହବୁହା ଗ୍ୟାସ ସହିତ ଲାଠିମାଡ କରିଥିଲା । ତେବେ ଗଣତନ୍ତ୍ର ଦିବସରେ ଆନ୍ଦୋଳନକାରୀମାନେ ଲାଲକିଲ୍ଲାକୁ ଯିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାକୁ ସବୁ ମହଲରେ ନିନ୍ଦା କରାଯାଉଛି ।
BREAKING NEWS
- ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ
- Trade war:ଆମେରିକା କାନାଡାର ଏହି ସମସ୍ତ ସାମଗ୍ରୀ ଉପରେ ଲଗାଇଲା କଟକଣା; ଉଭୟ ଦେଶ ମଧ୍ୟରେ ବଢିଲା ଟ୍ରେଡ ଓ୍ବାର
- ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଆତଙ୍କିତ ନହେବାକୁ ଦେଲେ ପରାମର୍ଶ
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!
- ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ
- ପିଲାଙ୍କୁ ସୁନା ମୁଦି ଦେବେ ସରକାର…
- Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ ଶାନ୍ତି
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

Comments are closed.