ଇନ୍ଦୋର: କୃଷକମାନେ କଠିନ ପରିଶ୍ରମ କରି ଚାଷ କରନ୍ତି । କିନ୍ତୁ ଯଦି ଠିକ୍ ସମୟରେ ବର୍ଷା ନ ହୁଏ ତେବେ ଚାଷୀଙ୍କ କଠିନ ପରିଶ୍ରମ ବୃଥା ହୋଇଥାଏ । ତେବେ ଇନ୍ଦୋରରେ ଏପରି ଏକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠି ଭଲ ବର୍ଷା ପାଇଁ ପ୍ରତିବର୍ଷ ଗାଁ ଲୋକ ଓ ଜନ ପ୍ରତିନିଧି କରନ୍ତି ପୂଜାର୍ଚ୍ଚନା । ପରେ ଭଲ ବର୍ଷା ହେବା ସହ ଫସଲ ମଧ୍ୟ ଭଲ ହୋଇଥାଏ ବୋଲି ସେଠିକାର ଲୋକଙ୍କ ବିଶ୍ୱାସ ।
ଇନ୍ଦୋରରେ ରହିଛି ଇନ୍ଦ୍ରଶେଖର ମନ୍ଦିର । ଏହା ବହୁ ପ୍ରାଚୀନ ମନ୍ଦିର ଅଟେ । ଏହି ମନ୍ଦିରକୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ସେମାନେ ପ୍ରତିବର୍ଷ ଧୁମ୍ଧାମ୍ରେ ପୂଜାର୍ଚ୍ଚନା କରିଥାନ୍ତି । ଏହାଦ୍ୱାରା ଭଲ ବର୍ଷା ହୋଇଥାଏ । ଫଳରେ ଚାଷ ମଧ୍ୟ ଭଲ ହୋଇଥାଏ । କେଉଁ ପ୍ରାଚୀନ କାଳରୁ ଏହି ପରମ୍ପରା ରହି ଆସିଛି ।
କୁହାଯାଏ ଯେ, ଏହି ସ୍ଥାନରେ ଇନ୍ଦ୍ର ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ । ସେଥିପାଇଁ ମନ୍ଦିରର ନାମ ମଧ୍ୟ ଇନ୍ଦ୍ରଶେଖର ରଖାଯାଇଛି । ଏହି ମନ୍ଦିର ନାମରେ ପ୍ରଥମେ ଏହି ସହରର ନାମ ଇନ୍ଦୋର ରଖାଯାଇଛି । ଇନ୍ଦ୍ରଙ୍କୁ ବର୍ଷା ଦେବତା ଭାବରେ ବିବେଚନା କରାଯାଏ ।
Comments are closed.