Latest Odisha News

BREAKING NEWS

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ ବଳିଆରସିଂହ ନାମକ ଯୁବକ ଶୁକ୍ରବାର ପୁରୁଣା ନୋଟ୍ ବଦଳାଇବାକୁ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟକୁ ଆସିଥିଲେ । ଆଉ ନୋଟ୍ ଯାଞ୍ଚ ବେଳେ ସେଥିରେ ନକଲି ନୋଟ୍ ଥିବା ଜାଣି ପାରିଥିଲେ ଆରବିଆଇ ଅଧିକାରୀ ।

ନକଲି ନୋଟ୍ ବଦଳ କରିବାକୁ ଆସିଥିବା ଯୁବକଙ୍କ ବିଷୟରେ ଆରବିଆଇ ଅଧିକାରୀ ପୋଲିସକୁ ଖବର ଦେଇଥିଲେ । ଖାରବେଳ ନଗର ଥାନା ପୋଲିସ ଯୁବକଙ୍କୁ ଆରବିଆଇରୁ ଗିରଫ କରିବା ସହ ତାଠାରୁ ୧୦୦ଟି ୫ ଶହ ଟଙ୍କିଆ ନୋଟ୍ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.