Latest Odisha News

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଚୁକ୍ତି ହୁଏ

ଚିଟ୍ଟୋରଗଡ: ଭକ୍ତ ଓ ଭଗବାନ ମଧ୍ୟରେ ଅନେକ ସମ୍ପର୍କ ରହିଛି । ଏହାକୁ ସମ୍ପୂର୍ଣ୍ଣ ବୁଝିବା ବି କଷ୍ଟକର । ରାଜସ୍ଥାନର ଚିଟ୍ଟୋରଗଡରେ ବିରାଜମାନ କରୁଛନ୍ତି ସାୱାଁରିୟା ସେଠ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ଦିରକୁ ସମସ୍ତେ ମାନସିକତା ପୂରଣ କରିବା ପାଇଁ ଆସିଥାଏ । ବ୍ୟବସାୟ କରିବାକୁ ଯାଉଥିବା ଭକ୍ତମାନେ ଭଗବାନଙ୍କୁ ତାଙ୍କ ପାର୍ଟନର କରିଥାନ୍ତି । ଯାହା ଲାଭ ହେବ ସେଥିରେ ୨ରୁ ୨୦ ପ୍ରତିଶତ ସାୱାଁରିୟା ସେଠ ନେବ ବୋଲି ବିଧିବଦ୍ଧ ଭାବେ ଚୁକ୍ତି କରିଥାନ୍ତି । ଅବଶ୍ୟ ଏଥିରେ ନାମ ଲେଖା ଯାଇ ନ ଥାଏ । ପରେ ଭକ୍ତମାନେ ଭଗବାନଙ୍କୁ ତାଙ୍କ ଲାଭରେ ଭାଗ ଦେଇଥାନ୍ତି ।

ବିଶ୍ୱାସ ରହିଛି ଏହା ଦ୍ୱାରା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ଘଟିବ । ଚାଷ ଠାରୁ ଆରମ୍ଭ କରି ଦାମୀ ବ୍ୟବସାୟୀ ଚୁକ୍ତି କରିଥାନ୍ତି । ପ୍ରତିବର୍ଷ ମନ୍ଦିରର ହୁଣ୍ଡି ଖୋଲାଯିବା ପରେ ବିଭନ୍ନ ପ୍ରକାର ଦାମୀ ସାମଗ୍ରୀ ମିଳିଥାଏ । ଏଥିରେ ସୁନା, ରୁୂପା ବ୍ୟତୀତ ଡଲାର ଓ ଦିନାର ମଧ୍ୟ ମିଳିଥାଏ । ପ୍ରତିବର୍ଷ ୮୦ରୁ ୧୦୦ କୋଟି ଟଙ୍କା ଏହି ମନ୍ଦିରର ହୁଣ୍ଡିରୁ ମିଳିଥାଏ ।

Leave A Reply

Your email address will not be published.