Latest Odisha News

BREAKING NEWS

କେନାଲ କାମ ସରୁନି କି , ଜମିକୁ ପାଣି ମାଡୁନି : ଦହଗଞ୍ଜ ହେଉଛି ଚାଷୀ

ନୂଆପଡା : ଚାଷ ଜମିକୁ ଜଳସେଚନର ସୁବଧା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ ନୂଆପଡା ଜିଲ୍ଲା ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ସରକାରୀ ବାବୁ ଙ୍କ ଖାମାଖିଆଳି ମନୋଭାବ ଓ ଆନ୍ତରିକତା ର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ପାଣି ନପାଇ ନାହିଁନଥିବା ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସରଧାପୁର, ରାଣୀମୁଣ୍ଡା ଅଞ୍ଚଳ ର ଶହଶହ ଚାଷୀ । ସରକାର ଙ୍କ କୋଟିକୋଟି ଟଙ୍କା ର ଅପବ୍ୟବହାର କରି ବିଭାଗୀୟ ଅଧିକାରୀ ଓ ଠିକାଦାର ମାଲେମାଲ ହୋଇଥିବା ବେଳେ ଦୀର୍ଘ ଆଠ ରୁ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି କେନାଲ କାମ  ।

ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଅର୍ଧ ନିର୍ମିତ ସରଧାପୁର ସ୍ଥିତ ନୂଆଁ ମୁଡ଼ା ଡ୍ୟାମ। ପାଖାପାଖି ୩ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଡ୍ୟାମ୍ କାମ ଆରମ୍ଭ ହୋଇଥିଲା ।  ଏଥିପାଇଁ ରାଣିମୁଣ୍ଡା,କୋଟାମାଲ ,ସରଧାପୁର ଗାଁର କିଛି ଚାଷୀ ଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ଡ୍ୟାମ ସମ୍ପୂର୍ଣ୍ଣ ହେଲେ ତଳ ମୁଣ୍ଡରେ ଥିବା ୧୩୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ର ବ୍ୟବସ୍ଥା ରହିଥିଲା ।  ହେଲେ ଦୁର୍ଭାଗ୍ୟ ର କଥା ୮ରୁ ୯ ବର୍ଷ ବିତିଯାଇଥିଲେ ବି  ଡ୍ୟାମ କାମ ସମ୍ପୂର୍ଣ୍ଣ ହୋଇ ପାରୁନି  ।

ବିଭଗୀୟ ଅଧିକାରୀ ଓ ଠିକାଦାର ମିଶି ନିମ୍ନମାନ କାମ କରି ଚୁପ ବସିରହିଛନ୍ତି  ।  ଏପରିକି ସେ ସମୟରେ କାମ କରିଥିବା ଲୋକଙ୍କୁ ଅଧା ମଜୁରୀ ନଦେଇ ଠିକାଦାର ଛୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଡ୍ୟାମ ଭିତରେ ମାଟି ଖୋଲା ଯାଇ ନଥିବାରୁ ପାଣି ରହୁନି। ଫଳରେ ଭିତରେ ଜମି ହରାଇଥିବା ଚାଷୀ ମାନେ ପୁଣି ଥରେ ସେଇଠି ଚାଷ କରୁଛନ୍ତି। ଏହି ଡ୍ୟାମ ରୁ ଜଳସେଚନ ସୁବିଧା ପାଇଁ ସରଧା ପୁର, ଢଙ୍କସର ଓ ଡୁଆଝର ଗ୍ରାମ ର ଚାଷ ଜମି ସକାଶେ କେନାଲ ନିର୍ମାଣ କରାଯାଇଥିବା କଥା ବିଭାଗ କହୁଥିବା ବେଳେ ବର୍ତ୍ତମାନ କେନାଲ ର ଚିହ୍ନ ବର୍ଣ୍ଣ ନାହିଁ  ।  ତେଣୁ ତୁରନ୍ତ ଏହି ଡ୍ୟାମ କାମ କୁ ତ୍ୱରାନ୍ୱିତ କରି ଡ୍ୟାମ ସହ କେନାଲ ନିର୍ମାଣ କରି ଚାଷୀ ଙ୍କୁ ପାଣି ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ସେପଟେ ଘଟଣାକୁ ନେଇ ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ଅଣ୍ଡର ଗ୍ରାଉଣ୍ଡ ପାଇପ ଲଗାଇ ଚାଷୀ ଜମିକୁ ପାଣି ଯୋଗାଣର ବ୍ୟବସ୍ଥା କରାଯିବ  । କାହା ସ୍ୱାର୍ଥ ରେ ସରଧାପୁର ସ୍ଥିତ ନୂଆମୁଡ଼ା ଡ୍ୟାମ । ହାରାହାରି ୩ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଥିବା ବିଭାଗ କହୁଥିବା ବେଳେ ପ୍ରକୃତ ସତ୍ୟ କଣ ତାହା ତଦନ୍ତ ସାପେକ୍ଷ । ସତ ରେ ବିଭାଗ କହୁଥିବା ଟଙ୍କା ଖର୍ଚ୍ଚ ହୋଇଛି ତ ? ନାଁ ମିଳିମିଶି ଆତ୍ମସାତ କଲେ ତାହା ଏବେ ପ୍ରଶ୍ନବାଚୀ…? ତେଣୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ଥାନୀୟ ଚାଷୀ ଙ୍କ ପାଇଁ ଡ୍ୟାମ କାମ ସମ୍ପୂର୍ଣ୍ଣ କରି ପାଣି ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.