Latest Odisha News

BREAKING NEWS

କୃଷକ ପରିଷଦ ପକ୍ଷରୁ ବୀରମହାରାଜପୁର ବନ୍ଦ ଡାକରା

ସୋନପୁର : ସୋନପୁର ଜିଲ୍ଲା ବୀରମହାରାଜପୁରରେ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ଆହୁରି ମଧ୍ୟ ଏବେ ସବୁଆଡେ ପରୀକ୍ଷା ସମୟ ଚାଳିଥିବାରୁ ସମସ୍ତ ସ୍କୁଲ ଓ କଲେଜ ଖୋଲା ରହିଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଆଜି ସକାଳୁ କୃଷକ ପରିଷଦ ପକ୍ଷରୁ ରାସ୍ତା ଅବରୋଧ କରାଯାଉଥିବାବେଳେ ପୋଲିସ ୧୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି । ଏଯାବତ୍ କୌଣସି ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପରିଷଦ ପକ୍ଷରୁ ୪ଟି ପ୍ରମୁଖ ଦାବି ନେଇ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.