Latest Odisha News

BREAKING NEWS

ଆରପାରିରେ ଓଡିଶା ଆରଏସଏସର ବରିଷ୍ଠ ନେତା ହରିହର ନନ୍ଦ

ଭୁବନେଶ୍ୱର : ଓଡିଶା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ପ୍ରବୀଣ ତଥା ପୋଖତ ନେତା ହରିହର ନନ୍ଦ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ସ୍ୱର୍ଗତଃ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିସହିତ ରାଜ୍ୟରେ ଆରଏସଏସ ସଂଘର ସ୍ଥାପନା ତଥା ଏହାକୁ ସୁଦୃଢ କରିବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା ।

ଆରଏସଏସ ଏବଂ ବିଜେପିର ବହୁ ନେତା ତଥା କର୍ମୀମାନେ ସ୍ୱର୍ଗତଃ ନନ୍ଦଙ୍କ ଅନ୍ତିମ ଦର୍ଶନ ଲାଗି ଉତ୍କଳ ବିପନ୍ନ ସହାୟତା ସମିତି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଶ୍ରୀଯୁକ୍ତ ନନ୍ଦଙ୍କର ପାର୍ଥୀବ ଶରୀରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନକୁ ନିଆଯାଇଛି ଏବଂ ସେଠାରୁ ପାଖାପଖି ଦ୍ୱିପ୍ରହର ସମୟରେ ଅନ୍ତିମ ସଂସ୍କାର ଲାଗି ତାଙ୍କ ମରଶରୀରକୁ ସ୍ୱର୍ଗଦ୍ୱାର ନିଆଯିବ ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.