Latest Odisha News

BREAKING NEWS

ବେଙ୍ଗଳା କରୁଥିବା ସମୟରେ ଅସାବଧାନତା କାରଣରୁ କଟିଗଲା ହାତ

କାମାକ୍ଷାନଗର : ବେଙ୍ଗଳା କରୁଥିବା ସମୟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ହାତ କଟି ଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଂଚଳରେ  ଏପରି ଅଘଟଣ ଘଟିଛି । ଗୁରୁତର ଜଣକ ହେଲେ ଧୂଳିଗୋଠ ଗ୍ରାମର ମଧୂସୁଦନ ବାଗ ।

ମଧୂସୁଦନ ଗ୍ରାମର ଶ୍ୟାମ ହେମ୍ବ୍ରମଙ୍କ ଧାନ ଫସଲ ଗୁଡ଼ିକ ମେସିନରେ ବେଙ୍ଗଳା କରୁଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ହାତଟି ମେସିନରେ ପଶିଯାଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.