Latest Odisha News

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା ଡ୍ରିଙ୍କସରେ ପ୍ରସ୍ତୁତ ଅଣ୍ଡା ଓମ୍‌ଲେଟ୍‌, ଓରିଓ ବିସ୍କୁଟରେ ପ୍ରସ୍ତୁତ ମ୍ୟାଗି ଓ ବିଅର୍ ନୁଡୁଲ୍ସ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ଏବେ ଚାର୍କୋଲ୍ ଅବା ବ୍ଲାକ ଇଡ୍‌ଲି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ।

ନାଗପୁରର ଅଲ୍ ଏବାଉଟ୍ ଇଡଲି ନାମକ ଏକ ଦୋକାନରେ ଗ୍ରାହକଙ୍କ ଚାହିଦାକୁ ନେଇ ମିଳୁଛି ଏହି ବ୍ଲାକ୍ ଇଡ୍‌ଲି । ଏଭଳି ଅଜବ ଇଡଲି ପ୍ରସ୍ତୁତ କରିବା ଲାଗି ସାଧାରଣତଃ ଚାଉଳ ଖୁଦରେ ବାଟଣ ପ୍ରସ୍ତୁତ କରାଯାଇଥାଏ । ହେଲେ ପରେ ଏଥିରେ ନଡିଆ ଷଢେଇରେ ପ୍ରସ୍ତୁତ କୋଇଲା, କମଳା ଚୋପା ଓ ବିଟ୍ ଜୁସ ମଧ୍ୟ ମିଶାଯାଇଥାଏ ।

ଦୋକାନୀ ଜଣକ ଦାବି କରିଛନ୍ତି ଧଳା ଇଡଲି ଅପେକ୍ଷା ଏହି କଳା ରଙ୍ଗର ଇଡଲି ଅଧିକ ସ୍ୱାସ୍ଥ୍ୟକର । ତେବେ ଏହି ଇଡଲି କିନ୍ତୁ ଗର୍ଭବତୀଙ୍କୁ ସ୍ପଷ୍ଟ ରୂପେ ମନା ବୋଲି ଦୋକାନୀ ଜଣକ ପ୍ରକାଶ କରିଥିଲେ । ଏ କଥା ସତ ଯେ, କଳା ରଙ୍ଗର ଇଡଲିକୁ ନେଇ ନାଗପୁରର ଏହି ଦୋକାନଟି ଖୁବ ଚର୍ଚ୍ଚା ସାଉଣ୍ଟିଛି । ହେଲେ ସୋସିଆଲ ମିଡିଆରେ କିନ୍ତୁ ଏଭଳି ଇଡଲିକୁ ଅଧିକାଂଶ ଲୋକେ ନାପସନ୍ଦ କରିଛନ୍ତି ।

Leave A Reply

Your email address will not be published.