Latest Odisha News

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ

ସୁବର୍ଣ୍ଣପୁର : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଖୁବ୍ ଶୀଘ୍ର ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଚାଷୀଙ୍କ ଧାନ କିଣାରୁ ନେଇ ଚାଷୀ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାର ଭୁଲ ପ୍ରକ୍ରିୟା ପାଇଁ ଚାଷୀମାନେ ତାଙ୍କର ଧାନ ବିକ୍ରି କରି ପାରୁନଥିବା ଜଣାଯାଇଛି ।

ଏହା ସହିତ ଟୋକନ ପାଇବା ଅବଧି କମ୍ ରହିଥିବାରୁ ଚାଷୀ ମାନେ ସଠିକ ଭାବରେ ସୂଚନା ନ ପାଇ ସେମାନଙ୍କ ଟୋକନ ସମୟ ଅବଧି ଶେଷ ହୋଇଯାଉଛି l ତେଣୁ କରି ଚାଷୀ ଙ୍କୁ ଦିଆଯାଉଥିବା ଟୋକନର ସମୟ ସୀମାକୁ ବୃଦ୍ଧି ଓ ଖାରଜ ହୋଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ ଦାବି କରାଯାଇଛି l

ଏପରି କି କୁଇଣ୍ଟାଲ ପିଛା କଟନୀ ଛଟଣି ବନ୍ଦ କରି ଏହାର ସମାଧାନ ଶୀଘ୍ର କରାଯାଉ l ନଚେତ ଗଣତାନ୍ତ୍ରିକ ପଦ୍ଧତିରେ ଆଗାମି ଦିନରେ ବିକ୍ଷୋଭ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି l ସବୁ ସମସ୍ୟା ଏକାଠି କରି ସମସ୍ତେ ମିଶି ଏହି ଦାବୀପତ୍ର ପ୍ରଦାନ କରିଛନ୍ତି ।।

Leave A Reply

Your email address will not be published.