Latest Odisha News

ପୋଲିସକୁ ବଡ଼ ସଫଳତା, ୬୫୩ କେଜି ଗଞ୍ଜେଇ ଜବତ

ରାୟଗଡା : ପୋଲିସକୁ ମିଳିଲା ବଡ଼ ସଫଳତା । ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ । ରାୟଗଡା ଜିଲ୍ଲା ପାଲଟିଛି ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ । ଦୁର୍ଗମ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଏବଂ ମୁଚୁକିଗୁଡା ଛକରେ ଥିବା ଏକ ଘରୁ ପ୍ରାୟ ୬୫୩ କେଜି ଗଞ୍ଜେଇ ବିକ୍ରି ହେବାକୁ ଥିଲା । ଏହି ଯୋଜନା କରାଯାଇଥିବା ଖବର ପାଇ ମୁନିଗୁଡା ଏସଡିପିଓ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ ।।

BjdElectrycity

ଗଞ୍ଜେଇ ଚୋରା ଚାଲାଣକୁ ଭଣ୍ଡ କରିବା ପାଇଁ ନିଜ ଅଧିକାରୀଙ୍କୁ ନେଇ ଛକରେ ଥିବା ଘର ଉପରେ ଚଢ଼ାଉ କରିଥିଲେ । ସମସ୍ତ ଗଞ୍ଜେଇ ସହିତ ମୁଖ୍ୟ ଅଭିଯୁକ୍ତ କବିରାଜ ଜାଗରଙ୍ଗା , ଭୀମ ଜାଗରଙ୍ଗା, ପ୍ରସାଦ ଜାଗରଙ୍ଗା ଏବଂ ତ୍ରିନାଥ ଜାଗରଙ୍ଗାଙ୍କୁ ଗିରଫ କରି କୋଭିଡ ଟେଷ୍ଟ କରାଇଛନ୍ତି । ଟେଷ୍ଟ ସାରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଇଛନ୍ତି ।

ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ହେବ । ଟା ସହିତ ପ୍ରାୟ ୪୪ ବ୍ୟାଗ୍ ରେ ଗଞ୍ଜେଇ ରହିଥିବା ଜଣାପଡିଥିଲା ଅଭିଯୁକ୍ତଙ୍କ ସହ ସେହି ଗଞ୍ଜେଇ ଗୁଡ଼ିକ ମଧ୍ୟ ଜବତ କରାଯାଇଛି ।। ଘଟଣା ନେଇ ଆଉ ଅଧିକ ଯେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ଚାଲିଛି ଖୋଲା ତାଡ଼ ।।

Leave A Reply

Your email address will not be published.