Latest Odisha News

BREAKING NEWS

ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର : କେନ୍ଦ୍ର କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ

ନବରଙ୍ଗପୁର : କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ଉନ୍ନତି ପାଇଁ ପରାମର୍ଶ ଦେଲେ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଛୋଟ ଚାଷୀ ଏବଂ ମଧ୍ୟମ ଧରଣର ଚାଷୀ ମାନଙ୍କୁ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋବା କରଣ୍ଡେଲ ଜି ପରାମର୍ଶ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଉପମରକୋଟ ବ୍ଲକର ବଡ କୁମାରୀ ଗାଁରେ କେନ୍ଦ୍ରୀୟ ମଧୁର ଜଳ ଜୀବନ ପରିଚାଳନା ସଂସ୍ଥାନ ସହାୟତାରେ ଅବସ୍ଥିତ ମାଛ ଯାଆଁଳ । କେନ୍ଦ୍ର ପରିଦର୍ଶନ ସମୟରେ କେନ୍ଦ୍ର କୃଷି ରାଷ୍ଟମନ୍ତ୍ରୀ ମହିଳା ମାନଙ୍କୁ ଅଝିକରୁ ଅଧିକ ସାମିଲ କରିପାରିଲେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି କହିଥିଲେ ।

ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ଜରିଆରେ ଦେଶର ୧୨ ଟି ଗବେଷଣା ସଂସ୍ଥାନ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଡ କୋମଳ ଲୋଚନ ମିଶ୍ର ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦେଶର କୃଷି ବିକାଶ ପ୍ରକଳ୍ପ କୁ କୃଷି ଅନୁସନ୍ଧାନ ସଂସ୍ଥାନ ଜରିଆରେ ଅଧିକ ଲୋକ ମାନଙ୍କୁ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ କୋମଳ ଲୋଚନ ମିଶ୍ର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରକଳ୍ପ ନିର୍ଦ୍ଧେଶକ ରତ୍ନାକର ସାହୁ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ଉମରକୋଟ ବିଡ଼ିଓ ହିମାଦ୍ରି ମାଝୀ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ l କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋଭା କୋରଣ୍ଡଲଜି ସୁଜିତ୍ ଦାସ ଙ୍କ ମୁକ୍ତା ଚାଷ , ମାଛ ଜାଲ ତିଆରି, ଡଙ୍ଗା ତିଆରି, ବତକ ପାଳନ ଓ ମାଛ ଚାଷ ରେ ହେଉଥିବା ଲାଭ ସମ୍ପର୍କ ରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.