Latest Odisha News

BREAKING NEWS

ଯଥାଶୀଘ୍ର କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପୂର୍ବରୁ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଟୁଇଟ୍ କରି ଟ୍ରୋଲ୍‌ ହୋଇଥିଲେ ସୁଦ୍ଧା ପୁଣି ଥରେ ସେ ଏବେ କୃଷକଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି। ବଲିଉଡ ଅଭିନେତା ଧର୍ମେନ୍ଦ୍ର ଦେଓଲ ପୁଣି ଥରେ ଚାଷୀଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ‘ମୋର କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ବହୁତ ମର୍ମାହତ। ସରକାର ଶୀଘ୍ର ଏହାର ସମାଧାନ ବାହାର କରିବା ଉଚିତ୍।’ ତେବେ ପୂର୍ବରୁ ଯେତେବେଳେ ଧମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଟୁଇଟ୍ କରି ତାକୁ ଡିଲିଟ୍‌ କରିଥିଲେ ସେତେବେଳେ ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା।

ଧର୍ମେନ୍ଦ୍ର ଟ୍ୱିଟ୍‌ରେ ଲେଖିଥିଲେ ଯେ ‘ସରକାରଙ୍କୁ ଏହି ନିବଦେନ ଯେ, ଯଥାଶୀଘ୍ର କୃଷକ ଭାଇମାନଙ୍କ ସମସ୍ୟାର ସମାଧାନ ଖୋଜାଯାଉ, ଦିଲ୍ଲୀରେ କରୋନା ମାମଲା ବଢିବାରେ ଲାଗିଛି’। ଧର୍ମେନ୍ଦ୍ରଙ୍କ ଏହି ଟ୍ୱିଟ ଭାଇରାଲ ହୋଇଥିଲା। କିନ୍ତୁ ତା’ପରେ ହଠାତ୍ ଧର୍ମେନ୍ଦ୍ର ତାଙ୍କ ଟ୍ୱିଟକୁ ଡିଲିଟ କରିଦେଲେ। ଧର୍ମେନ୍ଦ୍ରଙ୍କ ହଠାତ୍ ଟ୍ୱିଟ୍ ଡିଲିଟ୍ କରିବା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନେକ ଉପଭୋକ୍ତା ଧର୍ମେନ୍ଦ୍ରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।

Comments are closed.