Latest Odisha News

BREAKING NEWS

ଆମେରିକାରେ ଆରମ୍ଭ ହେବ ଫାଇଜର୍‌ ଟିକାର ଜରୁରୀକାଳୀନ ବ୍ୟବହାର!

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ସ୍ତରରେ ରହିଥିବା ବେଳେ ମୃତ୍ୟୁ ସଂଖା ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଆମେରିକାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାର ଜରୁରୀକାଳୀନ ବ୍ୟବହାର ଶୀଘ୍ର ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନ ଗୁରୁବାର ଦିନ ଫାଇଜର-ବାୟୋଟେକ କୋଭିଡ-୧୯ ଟିକା ବ୍ୟବହାରକୁ ଅନୁମୋଦନ କରିଛି। ଏଫଡିଏ ପ୍ୟାନେଲରେ ଟିକା ପରାମର୍ଶଦାତା, ବୈଜ୍ଞାନିକ, ସଂକ୍ରାମକ ରୋଗ ଡାକ୍ତର ଏବଂ ପରିସଂଖ୍ୟାନ ବିଶେଷଜ୍ଞ ଅନ୍ତର୍ଭୁକ୍ତ ଥିଲେ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଏହି ଟିକା ୧୬ ବର୍ଷରୁ ଅଧିକ ଲୋକଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ବ୍ୟବହାର କରାଯିବା ଉଚିତ ବୋଲି ପ୍ୟାନେଲ ସହମତ ହୋଇଛି। ତେବେ ଏହି ଟିକା ଅନୁମୋଦନ ପରେ ଦେଶରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

Leave A Reply

Your email address will not be published.