Latest Odisha News

BREAKING NEWS

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ ଚାହିଁଲେ ଆମେ ପ୍ରସ୍ତୁତ ବୋଲି କୃଷକ ନେତାମାନେ କହିଛନ୍ତି ।

ଆସନ୍ତାକାଲି ଦିନ ୧୧ଟାରେ ରାଜସ୍ଥାନ ଶାହଜାହାନପୁର କୃଷକମାନେ ଜୟପୁର-ଦିଲ୍ଲୀ- ରାଜପଥ ମାଧ୍ୟମରେ ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ କରିବେ । କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଥିବା କୃଷକ ନେତାମାନେ କହିଛନ୍ତି ।

କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି । ଏହା ପରେ ଦୁଷ୍ମନ୍ତ ଚୌଟାଲା କହିଛନ୍ତି, କୃଷକଙ୍କ ଅଧିକାର ରକ୍ଷା କରିବା ତାଙ୍କର ପ୍ରମୁଖ ଦାୟିତ୍ବ । କୃଷକଙ୍କ ସ୍ବାର୍ଥରକ୍ଷା ସଂପର୍କରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ସରକାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।୨୪ରୁ ୪୮ ଘଣ୍ଟା ମଧ୍ୟରେ କୃଷକ ଓ ସରକାରଙ୍କ ମଧ୍ୟରେ ଚୂଡାନ୍ତ ଆଲୋଚନା ହେବ । ଏଥିରୁ ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି ଦୁଷ୍ମନ୍ତ ଚୌଟାଲା ।

Leave A Reply

Your email address will not be published.