Latest Odisha News

BREAKING NEWS

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି।

ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ ପହଞ୍ଚିଛନ୍ତି ସେଠାର‌େ ପହଞ୍ଚିବା ରଜନୀକାନ୍ତଙ୍କ ପାଇଁ ଏତେ ସହଜ ନଥିଲା। ଘରର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ସେ କୁଲି ଠାରୁ ଆରମ୍ଭ କରି କାର‌ପ‌େଣ୍ଟର ଭଳି କାମ ମଧ୍ୟ କରିଛନ୍ତି। ଜନ୍ମଦିନ ଅବସରର‌େ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ କାହାଣୀ ସମ୍ପର୍କରେ…

୧୯୫୦ ମସିହା ଡିସେମ୍ବର ୧୨ରେ କର୍ଣ୍ଣାଟକର ଏକ ମଧ୍ୟବିତ୍ତ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ସୂଚନା ଅନୁଯାୟୀ ମରାଠା ଯୋଦ୍ଧା ଶିବାଜୀ ମହାରାଜଙ୍କ ନାମାନୁସାର‌େ ତାଙ୍କ ନାମ ଶିବାଜୀ ରାଓ ଗାଇକୱାଡ ରଖାଯାଇଥିଲା। ସେ ହେଉଛନ୍ତି ଜିଜାବାଇ ଏବଂ ରାମୋଜିରାଓଙ୍କର ଚତୁର୍ଥ ସନ୍ତାନ।  ତାଙ୍କ ପିତା ଜଣେ ପୋଲିସ କନଷ୍ଟେବଳ ଥିଲେ।

ଛୋଟ ବେଳରେ ସ‌େ ନିଜ ମାଙ୍କୁ ହରାଇଥିଲ‌େ। ଆଉ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିବା ଲାଗି ସ‌େ ଖୁବ୍ କମ୍ ବୟସରୁ ନିଜେ କାମ କରିବାକୁ ସ୍ଥିର କରିଥିଲେ।

ଏପରିକି ସେ କୁଲି ଭାବର‌େ ଲୋକମାନଙ୍କର ସାମଗ୍ରୀ ବୋହିବା କାମ କରୁଥିଲେ। ଆଉ କେତେବେଳେ କାଠ ଫର୍ନିଚର ତିଆରି କରୁଥିଲ‌େ। ପରେ ସେ ବାଙ୍ଗାଲୋର ପରିବହନ ସେବାରେ ବସ୍ କଣ୍ଡକ୍ଟର ଭାବରେ ଚାକିରି ପାଇଥିଲେ।  ଅଭିନୟ ପ୍ରତି ରୁଚି ରଖୁଥିବା ରଜନୀକାନ୍ତ କାମରୁ ସମୟ ବାହାର କରି ଷ୍ଟେଜ୍ ପ୍ଲେଜରେ ଅଂଶଗ୍ରହଣ କରୁଥିଲେ। ଆଉ ଏଭଳି ସମୟର‌େ ସେ ଟୋପି ମୁନିପ୍ପାଙ୍କ ଏକ ଐତିହାସିକ ଡ୍ରାମା କରିବାର ସୁଯୋଗ ପାଇଲେ। ଯାହା ପର‌େ ତାଙ୍କ ପାଇଁ ଧିର‌େ ଧିର‌େ ସୁଯ‌ୋଗ ଖ‌ୋଲିବାର‌େ ଲାଗିଥିଲା।

ଏକ ବିଜ୍ଞାପନ ଦେଖି ସେ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଯୋଗଦେବା ପାଇଁ ଚିନ୍ତା କରିଥିଲ‌େ ମଧ୍ୟ ଘରର ଆର୍ଥିକ ସ୍ଥିତି ଯ‌ୋଗୁଁ ପରିବାରର ସହଯ‌ୋଗ ମିଳିନଥିଲା। ହେ‌ଲେ ତାଙ୍କ ସାଙ୍ଗ ରାଜ ବାହାଦୂର ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପର‌େ ଏକଏକ ଷ୍ଟେଜ୍ ସୋ ସମୟରେ ତାମିଲ୍ ଚଳଚ୍ଚିତ୍ରର ବଡ ନିର୍ଦ୍ଦେଶକ କେ ବାଲାଚନ୍ଦର୍ ତାଙ୍କୁ ଦେଖି ତାମିଲ୍ ଶିଖିବା ଏବଂ ତାମିଲ୍ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ।

୧୯୭୫ ମସିହାରେ ରଜନୀକାନ୍ତ ‘ଅପୂର୍ବ ରାଗାଗଲ’ ନାମକ ତାମିଲ ଚଳଚ୍ଚିତ୍ର ଜରିଆରେ ସିନ‌େ ଜଗତରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ତାଙ୍କୁ ସଫଳତା ଆଣିଦେଇଥିଲା ବେଳେ ଏଥିପାଇଁ ୩ଟି ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା।

୮୦ ଦଶକ ବେଳକୁ ରଜନୀକାନ୍ତ ଦକ୍ଷିଣ ଚଳଚ୍ଚିତ୍ର ଜଗତରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ପର‌େ ୧୯୮୩ ମସିହାରେ ସ‌େ ଅମିତାଭ ବଚ୍ଚନ  ଓ ହେମା ମାଲିନିଙ୍କ ଅଭିନୀତ ’ଅନ୍ଧା କାନୁନ’ ଜରିଆର‌େ ବଲିଉଡରେ ଡେବ୍ୟୁ କରିଥିଲେ।

Leave A Reply

Your email address will not be published.