Latest Odisha News

BREAKING NEWS

ଶମ୍ଭୁ ସୀମାରେ ରହିବେ ଧାରଣରତ ଚାଷୀ ସଂଗଠନ, ସରକାର ସହ ହେବ କି ଆଲୋଚନା?

ନୂଆଦିଲ୍ଲୀ: ୮ ମାସ ହେଲା ଶମ୍ଭୁ ସୀମାରେ ଧାରଣରତ ଚାଷୀ ସଂଗଠନ ପୁଣି ଥରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏହି ସମୟ ମଧ୍ୟରେ ଶମ୍ଭୁ ସୀମାରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ବହୁତ ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦେଖି ପୋଲିସ ଲୁହବୁହା ଗ୍ୟାସ ମାଡ କରିଥିଲା। ଯେଉଁଥିରେ ପ୍ରାୟ ୮ଜଣ ଚାଷୀ ଆହତ ହୋଇଥିଲେ। ଏହା ପରେ ଚାଷୀଙ୍କୁ ପୁନର୍ବାର ଶମ୍ଭୁ ସୀମାକୁ ଡକାଯାଇଥିଲା। କୃଷକ ନେତା ସୌରଭ ସିଂ ପନ୍ଧେର୍ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଆଲୋଚନା ଆରମ୍ଭ ନକରନ୍ତି ତେବେ ଆସନ୍ତାକାଲି କୃଷକମାନେ ପୁଣିଥରେ ଦିଲ୍ଲୀ ଯିବେ।

ଫସଲରେ ଏମଏସପି ଗ୍ୟାରେଣ୍ଟି ଏବଂ ବିଭିନ୍ନ ଦାବିରେ ଶୁକ୍ରବାର ଶତାଧିକ ଚାଷୀ ପଞ୍ଜାବ ସୀମାରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । ଯାହାଫଳରେ ସୁରକ୍ଷାକର୍ମୀ ଏବଂ ଚାଷୀ ସଂଗଠନ ମୁହାଁମୁହିଁ ହୋଇଥିଲେ । ପୋଲିସ ଓ ଚାଷୀଙ୍କ ମଧ୍ୟରେ ଜବରଦସ୍ତ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟେକ୍ତ ଚାଷୀ ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗି ଏବଂ ତାରବାଡ଼ ଓପାଡ଼ି ଧଶେଇ ପଶିଥିଲେ । ପୋଲିସ-ଚାଷୀ ଖଣ୍ଡଯୁଦ୍ଧ ପରେ କେନ୍ଦ୍ର ସରକାର ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶନିବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।

ପନ୍ଧେର୍ କହିଛନ୍ତି, ହରିୟାଣା ପୋଲିସ ସହିତ ଆଲୋଚନା ହୋଇଛି, ସେମାନେ ଚାଷୀ ସଂଗଠନକୁ ଦାବି ପତ୍ର ମାଗିଛନ୍ତି । ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ସହିତ ଫସଲର ଏମଏସପି ଗ୍ୟାରେଣ୍ଟି ଏବଂ ଅନ୍ୟ ଦାବି ବାବଦରେ ଉଲ୍ଲେଖ ରହିଛି । ଶନିବାର ଅର୍ଥାତ୍ ଆଜି କେନ୍ଦ୍ର ସରକାର ଏ ବାବଦରେ ଚାଷୀ ସଂଗଠନ ସହିତ ଆଲୋଚନା କରିବେ । ଏହାଛଡ଼ା ଚାଷୀ ନେତା କହିଛନ୍ତି, ସଂଗଠନ ସରକାରଙ୍କ ସହ କୌଣସି ମୁକାବିଲା କରିବାକୁ ଚାହୁଁନାହିଁ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଯଦି କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ରବିବାର ମଧ୍ୟାହ୍ନ ୧୨ଟାରେ ୧୦୧ ଚାଷୀ ରାଜଧାନୀ ଦିଲ୍ଲୀ ଅଭିମୁଖେ ଅଭିଯାନ ପୁଣି ଥରେ ଆରମ୍ଭ କରିବେ ।

Comments are closed.