Latest Odisha News

ଜୁନ୍ ୨୬ରେ‌ ସବୁ ରାଜଭବନ ଘେରାଉ କରିବ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ଜୁନ୍ ୨୬ରେ‌ ଦେଶର ସବୁ ରାଜଭବନ ଘେରାଉ କରିବ ବୋଲି ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା। ଦେଶର ୪୦ରୁ ଅଧିକ କୃଷକ ସଙ୍ଗଠନର ନେତୃତ୍ବ ନେଇଥାଏ ସଂଯୁକ୍ତ କିସାନ ମୋର୍ଚ୍ଚା।

୩ ନୂଆ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ସାତ ମାସର ବିରୋଧର ଏକ ପ୍ରତୀକ ଭାବେ ଜୁନ୍ ୨୬ ରେ ଦେଶବ୍ୟାପୀ ‘ରାଜ ଭବନ ଘେରାଓ’ ଆୟୋଜନ କରିବ ବୋଲି ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ଘୋଷଣା କରାଯାଇଛି।

ଏହି ଅବସରରେ କୃଷକମାନେ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସରକାରୀ ବାସଭବନ ବାହାରେ କଳା ପତାକା ପ୍ରଦର୍ଶନ ସହ ବିକ୍ଷୋଭ କରିବେ। ଏପରିକି ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇବ।

ଜଣେ କୃଷକ ନେତା ଇନ୍ଦରଜିତ ସିଂ କହିଛନ୍ତି ଯେ ଏହି ଦିନଟିକୁ “କୃଷି ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଦିବସ” ଭାବରେ ପାଳନ କରାଯିବ।

Comments are closed.