Latest Odisha News

BREAKING NEWS

ଏଣିକି ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଜୁଳି

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଦିନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ଏଣିକି ୫ ଟଙ୍କାରେ ଚାଷୀଙ୍କୁ ସ୍ଥାୟୀ ବିଜୁଳି ପ୍ରଦାନ ନେଇ ପ୍ରକାଶ କରିଛନ୍ତି।

ତେବେ ଏହି ଯୋଜନା ପ୍ରଥମେ କେନ୍ଦ୍ରୀୟ ଅଞ୍ଚଳ ଓ ପରେ ପଶ୍ଚିମାଞ୍ଚଳକୁ ଦିଆଯିବ। ରାଜଧାନୀ ଭୋପାଳରେ ଆୟୋଜିତ କିଷାନ ସମ୍ମାନ ଆଭାରର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ସୋଲାର ପମ୍ପ ମାଧ୍ୟମରେ ଚାଷୀମାନଙ୍କୁ ବିଦ୍ୟୁତ୍ ଯୋଗାଇଦେବାର ଯୋଜନା କରିଛନ୍ତି ଓ ଆଗାମୀ ତିନି ବର୍ଷ ମଧ୍ୟରେ ୩୦ ଲକ୍ଷ ସୋଲାର ପମ୍ପ ଯୋଗାଇ ଦିଆଯିବ। ଯେଉଁ ଚାଷୀ ମାନେ ସୌର ଶକ୍ତି ଉତ୍ପାଦନ କରିବେ ସେମାନଙ୍କ ଠାରୁ ସରକାର ବିଦ୍ୟୁତ କିଣିବା ନେଇ ମଧ୍ଯ କହିଛନ୍ତି।

ତେବେ ବର୍ତ୍ତମାନ ଚାଷୀଙ୍କୁ ସେମାନଙ୍କର ଚାଷ ପାଇଁ ବ୍ୟବହାର ହେଉଥିବା ସ୍ଥାୟୀ ବିଦ୍ୟୁତ ସଂଯୋଗ ଲାଗି ଅତି କମରେ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଅପରପକ୍ଷରେ ସେଠାରେ ଚାଷୀମାନଙ୍କ ପାଖରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା ମଧ୍ଯ ଅଛି।

Comments are closed.