Latest Odisha News

BREAKING NEWS

Tecno Spark Slim: ଦୁନିଆର ସବୁଠୁ ପତଳା ଫୋନ, ଜାଣନ୍ତୁ ଫିଚର

ଭୁବନେଶ୍ବର: ବର୍ତ୍ତମାନ, ଟେକ୍ନୋ ସ୍ପାର୍କ ସ୍ଲିମ୍ (Tecno Spark Slim) ସ୍ମାର୍ଟଫୋନ୍ ଚର୍ଚ୍ଚାରେ ରହିଛି । ଏହା ଦୁନିଆର ସବୁଠାରୁ ପତଳା ଫୋନ୍ ହେବାକୁ ଯାଉଛି । କମ୍ପାନୀ ଏହି ଆଗାମୀ ଫୋନକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି । ଏହି ସ୍ଲିମ୍‌ ଫୋନର ମୋଟେଇ ୫.୭୫ମିଲିମିଟର ବୋଲି କହିଛି କମ୍ପାନୀ । ଏହି ଫୋନର ଅଫିସିଆଲ୍ ଫଟୋ କମ୍ପାନୀ ଦ୍ୱାରା ପ୍ରକାଶ ପାଇଛି।

କମ୍ପାନୀ ଦାବି କରିଛି ଯେ, ଏହା ଦୁନିଆର ସବୁଠାରୁ ପତଳା ଫୋନରେ 5200 mAhର ଦମଦାର ବ୍ୟାଟେରୀ ରହିବ । ଏହି ଫୋନ୍ ପତଳା ହେବ ଏବଂ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ଉତ୍କୃଷ୍ଟ ହେବ ।

ଏହି ଫୋନ୍ ରେ 6.78 ଇଞ୍ଚ 3D-କର୍ଭଡ୍‌ AMOLED ଡିସପ୍ଲେ ହେବ । ଏହା ସହିତ ଏହାର 4500 ନିଟ୍ସ ବ୍ରାଇଟନେସ୍ ଅଛି । ଯାହାଦ୍ବାରା ସୂର୍ଯ୍ୟକିରଣରେ ମଧ୍ୟ ଏହି ଫୋନର ସ୍କିନରେ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ । କ୍ୟାମେରା ବିଷୟରେ କହିବାକୁ ଗଲେ, ଟେକ୍ନୋ ସ୍ପାର୍କ ସ୍ଲିମ୍ ରେ 50MP + 50MP ଡୁଆଲ୍ ରିୟର କ୍ୟାମେରା ଏବଂ 13MP ଫ୍ରଣ୍ଟ କ୍ୟାମେରା ରହିବ ।

ଏହି ଫୋନରେ ଏକ ଅକ୍ଟୋ -କୋର ପ୍ରୋସେସର ରହିବ । ତଥାପି, ଏହି ଫୋନ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ ।

 

 

Comments are closed.