Latest Odisha News

BREAKING NEWS

[ଭିଡ଼ିଓ] ମନ୍ଦିରକୁ ପୁରୁଷ ମନା .. .

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଭିନ୍ନ ଧର୍ମ ଆଉ ବିଶ୍ୱାସ ଭିତରେ ରହିଛେ ଆମେ । ଆମ ଚାରିପଟେ ବିଭିନ୍ନ ମଠ ମନ୍ଦିର ମାନ ରହିଛି । ଆଉ ସବୁ ମଠ ମନ୍ଦିର ଗୁଡିକରେ କିଛି ଜଣା ଅଜଣା ଆଉ ରହସ୍ୟମୟ କଥା ରହିଛି ।  

କିଛି କଥା ବିଶ୍ୱାସ ନହେଲେ ବି ସତ । ଯେମିତିକି ଆମେ ସବୁ ପ୍ରତିଦିନ ମନ୍ଦିର ଯାଉଛେ ଦର୍ଶନ କରିବାକୁ । ହେଲେ କିଛି ମନ୍ଦିର ଏମିତିକ ରହିଛି ଯେଉଁଠି ବହୁ ଅଜବ ନୀତି ଆଉ ନିୟମ ରହିଛି । ଆଉ ଆମେ ତାର ସତ୍ୟତା ତାର ରହସ୍ୟ ଜାଣିନଥିଲେ ବି ସମସ୍ତ ନିୟମ ମାନିବାକୁ ବାଧ୍ୟ ହେଉଛେି । ସେମିତି ବହୁ ଦେବାଳୟ ରହିଛି ଯେଉଁଠାରେ ପୁରୁଷଙ୍କୁ ପ୍ରବେଶ ମନା । ଅନେକ ମନ୍ଦିର ଅଛି ଯେଉଁଠାରେ ପୁରୁଷମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ପୂଜା କରିପାରିବେ ନାହିଁ। ଯେମିତି ରାଜସ୍ଥାନର ବ୍ରହ୍ମା ମନ୍ଦିର । ଏହି  ବ୍ରହ୍ମା ମନ୍ଦିର ରାଜସ୍ଥାନର ପୁଷ୍କରଠାରେ ଅବସ୍ଥିତ । ସମଗ୍ର ଭାରତରେ ଏହି ସ୍ଥାନରେ କେବଳ ଗୋଟିଏ ବ୍ରହ୍ମାଙ୍କ ମନ୍ଦିର ରହିଛି । ଏହି ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ବୋଲି କୁହାଯାଏ । ଏଠାରେ ବିବାହିତ ପୁରୁଷମାନଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ । ଦେବୀ ସରସ୍ୱତୀଙ୍କ ଅଭିଶାପ ହେତୁ କୌଣସି ବିବାହିତ ପୁରୁଷ ଏଠାକୁ ଯାଇପାରିବେ ନାହିଁ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ପୁରୁଷମାନେ କେବଳ ମନ୍ଦିର ପ୍ରାଙ୍ଗଣରେ ରହି ମୁଣ୍ଡିଆ ମାରିଥାନ୍ତି ଏବଂ ବିବାହିତ ମହିଳାମାନେ ଭିତରକୁ ଯାଇ ପୂଜା କରନ୍ତି ।
ସେହିଭଳି କନ୍ୟାକୁମାରୀର ଭଗବତୀ ଦେବୀ ମନ୍ଦିର । 

କନ୍ୟାକୁମାରୀର ଭଗବତୀ ଦେବୀ ମନ୍ଦିରରେ ମା’ ଭଗବତୀଙ୍କ ପୂଜା କରାଯାଏ । କୁହାଯାଏ ଯେ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ଥରେ ମାଆ ତପସ୍ୟା କରିବାକୁ ଏଠାକୁ ଆସିଥିଲେ। ଭଗବତୀ ମାତାଙ୍କୁ ସନ୍ନ୍ୟାସୀ ଦେବୀ ମଧ୍ୟ କୁହାଯାଏ ।  ତେଣୁ ସନ୍ନ୍ୟାସୀ ପୁରୁଷମାନେ କେବଳ ଏହି ମନ୍ଦିରର ଫାଟକ ପର୍ଯ୍ୟନ୍ତ ଯାଇ ମା’ଙ୍କ ଦର୍ଶନ କରିପାରିବେ। ଅନ୍ୟପକ୍ଷରେ ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିର ଭିତରକୁ କୌଣସି ପରିସ୍ଥିତିରେ ଯିବାକୁ ଅନୁମତି ନାହିଁ । ଏଠାରେ କେବଳ ମହିଳାମାନେ ପୂଜା କରିପାରିବେ । ବର୍ଷ ବର୍ଷ ଧରି ଏହି ସବୁ ମନ୍ଦିର ଗୁଡିକରେ ଏମିତି ଅଜବ ନିୟମ ମାନ ରହିଆସିଛି । ହେଲେ ସବୁ ନିୟମ କିନ୍ତୁ ଲୋକେ ମାନି ଚଳିଥାନ୍ତି । ହେଲେ ଆଜି ବି ସମସ୍ତ ଘଟଣା ନେଇ କେଉଁ କାରଣରୁ ନିୟମ ହୋଇଛି । ଆଉ ଏସବୁ ପଛରେ କଣ ରହସ୍ୟ ରହିଛି ତାହା କିନ୍ତୁ କାହାକୁ ଜଣା ନାହିଁ ।

Leave A Reply

Your email address will not be published.