Latest Odisha News

BREAKING NEWS

୧,୨୦,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଫ୍ୟାଶନ୍‌!

ନୂଆଦିଲ୍ଲୀ: ଯେତେବେଳେ ଆମେ ଫ୍ୟାଶନ୍ ଶବ୍ଦ ଶୁଣିଥାଉ ସେତେବେଳେ ପାଶ୍ଚାତ୍ୟ ଚିନ୍ତାଧାରା ଆମ ମନକୁ ପ୍ରଥମେ ଆସିଥାଏ। ଅର୍ଥାତ୍‌ ପ୍ୟାରିସ୍ କଥା ମନକୁ ଆସିଥାଏ। କାରଣ ପ୍ୟାରିସ୍‌କୁ ନୂଆ ପୋଷାକ ତିଆରି ଶୈଳୀ ଏବଂ ତାହାର ବ୍ରାଣ୍ଡିଂର ଉତ୍ପତି ସ୍ଥଳ ବୋଲି କୁହାଯାଏ।

ଅନୁସନ୍ଧାନକାରୀମାନେ ବର୍ତ୍ତମାନ ମୋରୋକୋରେ ୧,୨୦,୦୦୦ ବର୍ଷ ପୂର୍ବେ ପୋଷାକ ତଥା ଫ୍ୟାଶନ୍‌ର କ୍ରେଜ୍‌ ତଥା ଫ୍ୟାଶନ୍‌ ସହିତ ଜଡ଼ିତ ଥିବା ପ୍ରମାଣ ପାଇଥିବା ଦାବି କରିଛନ୍ତି।

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାନବ ଜାତି ପୋଷାକ ବ୍ୟବହାର କରୁଥିବା ପ୍ରାଥମିକ ପ୍ରମାଣ ମୋରୋକୋର ଏକ ଗୁମ୍ଫାରୁ ମିଳିଛି। ଏହାସହିତ ପ୍ରାଣୀମାନଙ୍କ ଚର୍ମ ଓ ହାଡରେ ତିଆରି କିଛି ଉପକରଣ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନେ ବିଶ୍ବାସ କରନ୍ତି ଯେ ଚମଡା ଏବଂ ପଶମ କାମ ପାଇଁ ଉପକରଣଗୁଡ଼ିକ ସମ୍ଭବତଃ ବ୍ୟବହୃତ ହୋଇଥିଲା।

Comments are closed.