Latest Odisha News

BREAKING NEWS

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ଆଜି ମୃତୁ୍ୟ ହୋଇଛି । ୬୦ ବର୍ଷୀୟ ୱେଣ୍ଡେଲଙ୍କ ନିଧନ ଗୋଆରେ ହୋଇଛି । ସେ ୨୮ ମେ, ୧୯୬୦ ମସିହାରେ ଗୋଆରେ ଜନ୍ମ ଗ୍ରହଣ କରିଥିଲେ । କ୍ୟାଥୋଲିକ୍ ଗୋଅନ ପରିବାରରେ ଜନ୍ମ ଗ୍ରହଣ କରିଥିବା ୱେଣ୍ଡେଲ ଫ୍ୟାଶନ ଡିଜାଇନିଂରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଗାର୍ଡନ ୱରେଲୀ, ଲେକମେ କସମେଟିକ୍ସ ଓ ଡିବିୟର୍ସ ପାଇଁ ଡିଜାଇନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।

ବର୍ଷ ୨୦୧୪ରେ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଫ୍ୟାଶନ ଡିଜାଇନର ସହିତ ସେ ଜଣେ ଲେଖକ, ପରିବେଶ ରକ୍ଷକ ଥିଲେ ଏବଂ ଏହା ସହିତ ସମଲିଙ୍ଗୀ ଅଧିକାରକୁ ସମର୍ଥନ କରିବା ପାଇଁ ଜଣାଶୁଣା ଥିଲେ । ୱେଣ୍ଡେଲଙ୍କ ନିଧନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି ଦୁଃଖ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.