Latest Odisha News

BREAKING NEWS

ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବେ ସରକାର !

ନୂଆଦିଲ୍ଲୀ: ସରକାର ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବା କୁ ସରକାର ନିଷ୍ପତ୍ତି ନେଇଛନ୍ତି |

ଏହି ତିନି କମ୍ପାନୀ ହେଉଛନ୍ତି ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଓଆଇସିଏଲ), ନେସନାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଏନଆଇସିଏଲ) ଓ ୟୁନାଇଟେଡ଼ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼( ୟୁଆଇସିଏଲ) ନାମ ସାମିଲ | ସମ୍ଭବତଃ ମାର୍ଚ୍ଚ ମାସରେ ଏହି ତିନି କମ୍ପାନୀର ବିଲୟ ହୋଇପାରେ |

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଏହାର ସୂଚନା ଦେଇ କହିଛନ୍ତି ଯେ ତିନି ସାଧାରଣ ବୀମା କମ୍ପାନୀର ଦୟନୀୟ ବିତ୍ତୀୟ ସ୍ଥିତି ଦେଖିକରି ଏଗୁଡ଼ିକୁ ନିୟାମକ ସଲବେନ୍ସି ସର୍ତ୍ତ ପୂରଣ ପାଇଁ ଯୋଗ୍ୟ କରିବା ପାଇଁ ତତ୍କାଳ ୨୫୦୦ କୋଟି ଟଙ୍କା ଜାରୀ କରିବାକୁ ଅନୁମତି ଦିଆଯାଇଛି |

ଏହି ତିନି ପିଏସୟୁ ସାଧାରଣ ବୀମା କମ୍ପାନୀ ରେ ପୁଞ୍ଜି ଲଗାଇବା ନିର୍ଣ୍ଣୟ ଏହି ବର୍ଷ ମାର୍ଚ୍ଚ ରେ ଏହି କମ୍ପାନୀ ଗୁଡିକୁ ନିଜନିଜ ଭିତରେ ବିଲୟ ପାଇଁ ନିର୍ଣ୍ଣୟ ନିଆଯାଇଛି |

ଏହାପୂର୍ବରୁ ଜାନୁଆରୀରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ପିଏସୟୁ ସାଧାରଣ ବୀମା କମ୍ପାନୀ ଗୁଡିକ ବିଲୟ ପ୍ରକ୍ରିୟା ବହୁତ ଆଗକୁ ବଢିଛି | ବର୍ତ୍ତମାନ ଏହି ପ୍ରସ୍ତାବ କୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠା ଯାଇଛି |

ଏହା ପୂର୍ବରୁ ୨୦୧୮-୧୯ ବଜେଟ ଭାଷଣ ରେ ବିତ୍ତମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିଥିଲେ ଯେ ତିନି ବୀମା କମ୍ପାନୀ ବିଲୟ କରି ଏକ ବଡ଼ ସାଧାରଣ ବୀମା କମ୍ପାନୀ କରିବାକୁ |

ହେଲେ ଏହି କମ୍ପାନୀ ଗୁଡିକ ଖରାପ ଅବସ୍ଥା ଓ ଅନ୍ୟ କାରଣ ପାଇଁ ଏହାର ମିଶ୍ରଣ କରାଯାଇପାରିନଥିଲା | ଏହି ତିନି ବୀମା କମ୍ପାନୀଙ୍କର ସବୁ ମିଶାଇ ୨୦୦ରୁ ଅଧିକ ଉତ୍ପାଦ ଅଛି | କେଉଁଥିରେ କମ୍ପାନୀ କୁ ମୋଟ ୪୧,୪୬୧ କୋଟି ଟଙ୍କା ପ୍ରିମୀୟମ ପ୍ରାପ୍ତ ହେଉଛି | ଏହି ତିନି କଂପାନୀ କୁ ଭାରତର ସାଧାରଣ ବୀମା କାରବାର ରେ ୩୫ ପ୍ରତିଶତ ଭାଗିଦାର ଅଛି |

 

Leave A Reply

Your email address will not be published.