Latest Odisha News

BREAKING NEWS

ଏଭରେଷ୍ଟର ୫ ହଜାର ମିଟର ଉଚ୍ଚତାରେ ଫେଶନ ଶୋ: -୪୦ ଡ୍ରିଗୀରେ ର‌୍ୟାମ୍ପ ୱାକ୍

ଭୁବନେଶ୍ୱର: ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ପରିବେଶ ପ୍ରେମୀମାନେ ଏକ ନିଆରା ଢ଼ଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ଏଭରେଷ୍ଟରର ୫ ହଜାର ମିଟର ଉଚ୍ଚତାରେ -୪୦ ଡିଗ୍ରୀ ତାପମାନରେ ଏହି ଫେଶନ ଶୋ ଏବଂ ର‌୍ୟାମ୍ପ ୱାକ୍ ହେବ ।

BjdElectrycity

ସବୁଠାରୁ ବଡ କଥା ଏଠାରେ ମାତ୍ର ୨୫ ପ୍ରତିଶତ ଅମ୍ଳଜାନ ରହିଥାଏ । ପରିବେଶକୁ ସୁହାଉଥିବା ଜୋତା, ମୋଜା, ୱାଟର ଲେସ ସ୍ପ୍ରେ ପ୍ରଭୃତି ପ୍ରଦର୍ଶିତ ହେବ । ଉପରୋକ୍ତ ଜୋତା ଖରାପ ହେବା ପରେ କିଛି ଦିନ ମଧ୍ୟରେ ମାଟିରେ ମିଶିଯିବ ।

ସେହିପରି ଦିଲ୍ଲୀ ଆଇଆଇଟି ପକ୍ଷରୁ ପ୍ରସ୍ତୁତ ୱାଟର ଲେସ ସ୍ପ୍ରେ ଠିକ୍ ଭାବେ ବ୍ୟବହୃତ ହେଲେ ୮ ହଜାର ଲିଟର ପାଣି ବଂଚାଯାଇ ପାରିବ । ନେପାଳ ଏବଂ ଭାରତ ପକ୍ଷରୁ ମିଳିତ ଭାବେ ଏହି ଫେଶନ ଶୋ ହେଉଛି ।

୨୪୫ ଜଣ ଏହି ଶୋ ପାଇଁ ଆବେଦନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଏବଂ ଅନ୍ୟ ପାରିପାଶ୍ୱର୍ୀକ ସ୍ଥିତିକୁ ଅନୁଧ୍ୟାନ କରି ୧୭ଜଣ ମଡେଲ୍ସକୁ ଏଥିପାଇଁ ମନୋନୀତ କରାଯାଇଛି । ମଡେଲ ମାନେ ଯିବା ଏବଂ ଆସିବା ବେଳେ ଗଛ ଲଗାଇବେ ।

Leave A Reply

Your email address will not be published.