Latest Odisha News

BREAKING NEWS

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ୩୨ ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବରଗଡ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୧୨୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବରଗଡ ଭଟଲି ଥାନା ଅନ୍ତର୍ଗତ ତେନ୍ତଲା ଠାରେ ୩୦୦ ଶଯ୍ୟା ବିଶିଷ୍ଟ ବରଗଡ ମୁଖ୍ୟ ଚିକିତ୍ସାଳୟର ଉଦଘାଟନ କରିବେ । ଏହା ବ୍ୟତୀତ ବିଜ୍ଞାନ କେନ୍ଦ୍ରର ମୁଖ୍ୟମନ୍ତ୍ରୀ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.