Latest Odisha News

BREAKING NEWS

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇ ଗୁଣା ଟଙ୍କା

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ଆପଣଙ୍କ ଗାଡ଼ିରେ ଫାଶଟ୍ୟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । କାରଣ ଫେବ୍ରୁଆରୀ ୧୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ ଫାଶଟ୍ୟାଗ ଲାଗୁ ହେବ । ଅର୍ଥାତ ୧୬ ତାରିଖରୁ ଫାଶଟ୍ୟାଗ ନଥିବା ଗାଡ଼ି ଟୋଲଗେଟ୍ ଦେଇ ଗଲେ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଦେବେ । ଏନେଇ ସୂଚନା ଦେଇଛି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ।

ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲପ୍ଲାଜାର ସମସ୍ତ ଲେନରେ ଫାଶଟ୍ୟାଗ ବାଧ୍ୟତାମୂଳକ କରାଯାଇଛି । ଟୋଲପ୍ଲାଜାର ଲେନକୁ ଫାଶଟ୍ୟାଗ ଲେନ୍ ଅଫ ଦି ଫି ପ୍ଲାଜା କୁହାଯିବ । ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ସମସ୍ତ ଗାଡ଼ି ଲାଗି ସରକାର ଫାଶଟ୍ୟାଗକୁ ବାଧ୍ୟତାମୂଳକ କରିଥିଲେ । ଫାଶଟ୍ୟାଗ ନଥିବା ଗାଡ଼ି ଟୋଲ ପ୍ଲାଜାର ଫାଶଟ୍ୟାଗ ଗେଟରେ ଯାଉଥିଲେ ଦୁଇଗୁଣା ଅର୍ଥ ଦେବାକୁ ପଡ଼ୁଥିଲା । ପୂର୍ବରୁ ଜାନୁଆରୀ ୧ରୁ ନିୟମ ଲାଗୁ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ଏହାକୁ ଫେବ୍ରୁଆରୀ ୧୪ ଯାଏ ବଢ଼ାଇ ଦେଇଥିଲେ ।

Leave A Reply

Your email address will not be published.