Latest Odisha News

ସେପ୍ଟେମ୍ବର ୧ରେ ପୁଣି ଏକ ଲଘୁଚାପ ଆଶଙ୍କା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୃର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ଯୋଗୁଁ ଗତ ତିନିଦିନ ଧରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଲଗାଣ ବର୍ଷା ଜାରି ରହିଛି, ତେବେ ଆସନ୍ତା ସେପ୍ଟେମ୍ବର୧ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି ।

“ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗତ ଅଗଷ୍ଟ ୨୫ରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି । ତେବେ ସେଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଫେରିବାର ସମ୍ଭାବନା ରହିଛି” ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମହାନଦୀ ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଅନୁସାରେ ରାଜ୍ୟର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ ଆଦି ଅଞ୍ଚଳର କିଛିକିଛି ସ୍ଥାନରେ ବୃଷ୍ଟିପାତ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ମହାନଦରୀ ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଫଳରେ ଏହା ଯୋଗୁଁ ରାଜ୍ୟରେ ଏକ ନିଶ୍ଚିତ ବନ୍ୟାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.