Latest Odisha News

ସଙ୍ଘବଦ୍ଧ ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ହାତ ପାପୁଲି

ବ୍ରହ୍ମପୁର: ଖଣ୍ଡା ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ବାମ ହାତ ପାପୁଲି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଅଜିତ ନାୟକ ।

କୌଣସି କଥାକୁ ନେଇ ଅଜିତଙ୍କର ଯୁବକଙ୍କ ସହ ବଚସା ହୋଇଥିଲା । ଏହାପରେ ୫ ଜଣ ଦୁର୍ବୁତ୍ତ ଅଜିତଙ୍କୁ ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଜିତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ଅଜିତଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.