Latest Odisha News

BREAKING NEWS

କମେଣ୍ଟମରାକୁ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କଲେ ୩ ଯୁବକ

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ,  ବାଲେଶ୍ବର ଜିଲ୍ଲା ସୋର ଥାନା ବlଇନଣ୍ଡା ଗ୍ରାମର ଚିନ୍ମୟ ଜେନା ସୋର ତୁଡ଼ିଗଡିଆ ରାସ୍ତା ବେଲଦା ଛକରେ ଏକ ଔଷଧ ଦୋକାନ କରିଛନ୍ତି। ସେ ଗତ ସନ୍ଧ୍ୟାରେ ଔଷଧ ଦୋକାନକୁ ସ୍ତ୍ରୀ ଜୟଶ୍ରୀ ଓ ନିଜର ଦୁଇ ବର୍ଷର ଶିଶୁ କନ୍ୟା ସହ ଠିଆ ହୋଇଥିଲେ। ଚିନ୍ମୟ ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ତିନି ଯୁବକ ଜୟଶ୍ରୀକୁ କମେଣ୍ଟ ମାରିଥିଲେ। ଚିନ୍ମୟ ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ବାଇକରେ ବସାଇ ଘରକୁ ଫେରିବା ବେଳେ ସେହି ବେଲଦା ଛକରେ ଜୟଶ୍ରୀକୁ କମେଣ୍ଟ ମାରିଥିବା ତିନି ଯୁବକ ସେମାନଙ୍କୁ ଅଟକାଇ ସ୍ବାମୀ ଚିନ୍ମୟ, ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ଆକ୍ରମଣ କରିଥିଲେ।

ଆକ୍ରଣରେ ଚିନ୍ମୟ ଗୁରୁତର ହୋଇଥିବା ବେଳେ ଜୟଶ୍ରୀ ଓ ଶିଶୁ କନ୍ୟା ଆହତ ହୋଇଛନ୍ତି । ଆହତ ମାନେ ସୋର ଡାକ୍ତରଖନାରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ ହୋଇଛି  । ଏନେଇ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି।

Comments are closed.