Latest Odisha News

BREAKING NEWS

ଗାଁ ଦାଣ୍ଡରେ ଘୋଷାଡି ଯୁବତୀଙ୍କୁ ମାଡ଼; ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଯାଜପୁର: ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ ଅଭାବନିୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଘୋଷାଡି ମାଡ଼ ମାରୁଛନ୍ତି ବାପ ପୁଅ।

ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଗତକାଲି ଅପରାହ୍ନରେ କେଶବ ମଳିକ ଓ ତାଙ୍କ ପୁଅ ଚେମା ମଳିକ ପାରିବାରିକ କଳହକୁ କେନ୍ଦ୍ରକରି ପଡୋଶୀ ନନ୍ଦିନୀ ମଳିକ ଙ୍କୁ ଗାଁ ଦାଣ୍ଡ ରେ ଘୋଷାଡି ଅତି ନିର୍ମମ ଭାବେ ମାଡ଼ ମାରିବା

ସହ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯଖପୁରା ପୋଲିସ ଉଭୟ ବାପ ପୁଅଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

 

Leave A Reply

Your email address will not be published.